Wed. Oct 14th, 2026

ଅନଗୁଳ: ସର୍ପ ଦଂଶନ ଯୋଗୁଁ ତୃତୀୟ ଶ୍ରେଣୀ ଛାତ୍ର ମୃତ

283 Views

ଛେଣ୍ଡିପଦା  : କିସିଣ୍ଡା ଗ୍ରାମରେ ବୁଧବାର ରାତିରେ ସର୍ପାଘାତ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ହେଉଛନ୍ତି ୮ ବର୍ଷିୟ ସିପୁନ ପ୍ରଧାନ। ସେ କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ମକାମୁଣ୍ଡା ଗ୍ରାମର ରସାନନ୍ଦ ପ୍ରଧାନଙ୍କ ପୁଅ ଏବଂ ମାମୁଘରେ ରହି ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଗତରାତିରେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ତିନିଟା ବେଳେ ତାଙ୍କୁ କୌଣସି ବିଷଧର ସର୍ପ ଦଂଶନ କରିଥିଲା। ଅତି ଗୁରୁତର ଅବସ୍ଥାରେ ସିପୁନ୍‌ଙ୍କୁ ପ୍ରଥମେ ଛେଣ୍ଡିପଦା ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

By amfnews

Related Post