Sat. Jun 13th, 2026

ଅଧ୍ୟାପକଙ୍କ ଉପରେ ଚଢ଼ିଗଲା ବସ୍‌

434 Views

ପଦ୍ମପୁର : କଲେଜ ଯିବାକୁ ବସ୍‌ ଅପେକ୍ଷାରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବସ୍‌। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର କେରମେଲାବାହାଲ ଛକରେ ଆଜି ସକାଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ଧବଳେଶ୍ୱର ସାହା (୩୫)। ତାଙ୍କ ଘର ଖଣ୍ଡିଝରଣ ଗାଁରେ। ସେ ମାଣ୍ଡୋସିଲ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ  ଧବଳେଶ୍ୱର ବସ୍‌  ଅପେକ୍ଷାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା  ‘ଗୌରବ’ ନାମକ ବସ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ବସ୍‌ ସହ ଡ୍ରାଇଭର ପାଇକମାଲ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି।  ଏଥିଯୋଗୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

By amfnews

Related Post