Fri. May 15th, 2026

ଅଧିଗୃହିତ ଜମିର କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ଦେବା ପାଇଁ ସୁପ୍ରିମକୋର୍ଟର ଅନୁମତି ଲୋଡ଼ିଲେ କେନ୍ଦ୍ର ସରକାର

293 Views

ନୂଆଦିଲ୍ଲୀ, ଜାନୁଆରୀ ୨୯  :ରାମଜନ୍ମଭୂମି ଜମି ବାବାଦ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନୂଆ ଅର୍ଜି ଦାଖଲ କରିଛନ୍ତି। ବିବାଦୀୟ ରାମ ମନ୍ଦିର- ବାବ୍ରି ମସଜିଜର ବିବାଦୀୟ ଜମି ଛାଡ଼ି ଅଧିଗୃହିତ ଜମିର କିଛି ଅଂଶକୁ ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାର ସୋମବାର ଦିନ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୩ ମଦିହାରେ କେନ୍ଦ୍ର ସରକାର ବିବାଦୀୟ ଢ଼ାଞ୍ଚା ଚାରିପଟେ ୬୭ ଏକର ଜମି ଅଧିଗ୍ରହଣ କରିଥିଲେ। ତେବେ ୧୯୯୪ ମସିହାର ସୁପ୍ରିମ କୋର୍ଟ ଏ ନେଇ ଏକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ ଯେ ଅଧିଗୃହିତ ଜମି କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ ଓ ବାବାଦର ସମାଧାନ ନ ହେଲା ଯାଏ ଏହି ଜମିକୁ କାହାରିକୁ ଦିଆଯାଇ ପାରିବ ନାହିଁ। ୨୦୧୧ ମସିହାର ମଧ୍ୟ ସୁପ୍ରିମ କୋର୍ଟ ସମାନ ରାୟ ଦେଇଥିଲେ। ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ଏହି ଅଧିଗୃହିତ ୬୭ ଏକର ଜମିକୁ କିଛି ଅଂଶ ରାମ ଜନ୍ମଭୂମି ନ୍ୟାସକୁ ଦିଆଯାଉ। ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି। ରାମ ଜନ୍ମଭୂମି ନ୍ୟାସ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ଦେଖାଶୁଣା କରୁଛନ୍ତି।

By amfnews

Related Post