Sat. Oct 17th, 2026

ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍

276 Views

ଭୁବନେଶ୍ୱର : କରୋନା ଯୋଗୁ  ସବୁ ରୋଜଗାରପନ୍ଥା  ବନ୍ଦ ହୋଇଯାଇଥିବାରୁ ଗରିବ, ଖଟିଖିଆ ଲୋକେ ଭୋକ ଉପାସରେ ରହୁଛନ୍ତି। ସେମାନଙ୍କୁ ସାହାଯ୍ୟ ନିମନ୍ତେ ସରକାର ଯଥାସାଧ୍ୟ ଚେଷ୍ଟା ଚଳାଇଥିବା ବେଳେ ଏବେ ରାଜ୍ୟରେ ଥିବା ଅଣ ରାସନକାର୍ଡଧାରୀଙ୍କ ନିମନ୍ତେ ଏକ ଘୋଷଣା କରିଛନ୍ତି ସରକାର ।

ରାସନ କାର୍ଡ ନଥିବା ପ୍ରତି ପରିବାର ପିଛା ଦୁଇ ଲିଟର କିରୋସିନି ଯୋଗାଇ ଦିଆଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ଚିଠିରେ ଉଲ୍ଲେଖ ରହିଛି ଯେ,  ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ଭିତ୍ତିରେ ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧୭ ଲକ୍ଷରୁ ଅଧିକ ଅଣ ରାସନକାର୍ଡଧାରୀ ଉପକୃତ ହେବେ।

କିରୋସିନ୍ ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post