Sat. Apr 25th, 2026

ଅଟୋ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ମାଉସୀ ମୃତ, ପତୁରା ଗୁରୁତର

387 Views

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା ଚାନ୍ଦଲି ଥାନା ଅନ୍ତର୍ଗତ ଜେକେପୁର ସାଇମନ୍ଦିର କୁମୁଟିଲପେଟା ନିକଟରେ ଆଜି ଏକ ଅଟୋ ଓ ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାୟଗଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସେଠାର ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ମୃତାହତ ସମ୍ପର୍କର ମାଉସୀ ଓ ପୁତୁରା ବୋଲି ଜଣାଯାଇଛି।
ଆଜି ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ଚାନ୍ଦଲି ଥାନା ଅନ୍ତର୍ଗତ ଜିଞ୍ଜଲବାଡ଼ି ଗ୍ରାମର ପି ରାଜୁ ନିଜ ଅଟୋରେ ତାଙ୍କ ମାଉସି ପି ଅନ୍ନପୂର୍ଣ୍ଣା(୫୦ ବର୍ଷ)ଙ୍କୁ ଧରି ରାୟଗଡ଼ା ଷ୍ଟେସନକୁ ଆସୁଥିଲେ। ପି ଅନ୍ନପୂର୍ଣ୍ଣାଙ୍କର ରାୟଗଡ଼ା ଷ୍ଟେସନରୁ ଏକ ଟ୍ରେନ୍‌ ଧରି ବାହାରକୁ ଯିବାର ଥିଲା। ତେଣୁ ମାଉସି ପୁତୁରା ଜେକେପୁରରୁ ରାୟଗଡ଼ା ଆସୁଥିଲା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର୍‌ ସହ ଅଟୋଟିର ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ପି ରାଜୁ ଆହତ ହୋଇଥିବା ବେଳେ ଅଟୋ ପଛରେ ବସିଥିବା ପି ଅନ୍ନପୂର୍ଣ୍ଣାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

By amfnews

Related Post