Wed. Jul 1st, 2026

ଅଜଣା ଯୁବକର ମୃତ ଦେହ ଠାବ, ବିଦ୍ୟୁତ୍ ତାର ଚୋରି ରାକେଟର ସଦସ୍ୟ ସନ୍ଦେହ

210 Views

ଯାଜପୁର: ଯାଜପୁର ଜିଲ୍ଲାର ବୌରୀ ଥାନା ଅନ୍ତର୍ଗତ ପୁଲିସ ଟ୍ରେନିଂ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ଆଜି ସକାଳେ ଏକ ଅଜଣା ଯୁବକର ମୃତ ଦେହ ଠାବ କରାଯାଇଛି। ଉକ୍ତ ଯୁବକର ବୟସ ୨୫ ଭିତରେ ହେବ ବୋଲି ଅନୁମାନ କରାଯାଇଛି। ତାଙ୍କର ଦେହ ଜଳି ପୋଡ଼ି ଯାଇଥିବାର ଦେଖିବାକୁ ମିଳିଛି।

ଆଜି ସକାଳେ ସ୍ଥାନୀୟ ଲୋକେ ଅଜଣା ଯୁବକର ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୌରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବିଦ୍ୟୁତ୍ ଆଘାତରେ ମୃତ ହୋଇଥିବା ମୃତ ଦେହରୁ ସ୍ପଷ୍ଟ ହେଉଛି। ଏହି ଅଞ୍ଚଳରେ ଗତ କିଛି ଦିନ ହେବ ବିଦ୍ୟୁତ୍ ତାର ଚୋରି ରାକେଟ ସକ୍ରିୟ ଥିବା ବେଳେ ମୃତକ ମଧ୍ୟ ସେହି ଗୋଷ୍ଠୀର ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ବିଦ୍ୟୁତ ତାର ଚୋରି ରାକେଟ ସକ୍ରିୟ ଥିବା ନେଇ ଆଗରୁ ଖବର ପ୍ରକାଶ ପାଇଥିଲେ ବି  ପୁଲିସ୍  ବା ବିଦ୍ୟୁତ୍ ବିଭାଗରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା କୁହାଯାଉଛି। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।

By amfnews

Related Post