Thu. Jun 11th, 2026

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ; ରାତି ସାରା ଡାକ୍ତରଖାନା ବାରଣ୍ଡାରେ ପଡ଼ି ରହିଲା ଶବ

260 Views

ଅନଗୁଳ: ମଙ୍ଗଳବାର ମଧ୍ୟରାତ୍ରୀ ସମୟରେ ଅନଗୁଳ – ଭୂବନେଶ୍ୱର ରାସ୍ତାର ସନ୍ତ୍ରିଛକଟାରେ କୌଣସି ଅଜ୍ଞାତ ଗାଡ଼ି ଧକ୍କା ଖାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭାଗତପୁରର ୨୫ ବର୍ଷିୟ ବିଜୟ ପ୍ରଧାନ। ଗତରାତିରେ ସେ ସେନ୍ତ୍ରିଛକ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ବେଳେ ସେ ରାସ୍ତାରେ ଯାଉଥିବା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା।

ଆହତ ହୋଇ ସେ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲେ। ଚିକିତ୍ସା ନିମନ୍ତେ ଲୋକେ ଆହତ ବିଜୟଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ସେ ମୃତ ବୋଲି ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।

ମୃତଘୋଷିତ ବିଜୟଙ୍କ ଶବକୁ ଡାକ୍ତରଖାନା ଲୋକେ ଶବାଗାରରେ ନ ରଖି ବାରଣ୍ଡାରେ ପକାଇ ଦେଇଥିଲେ। ଲୋକମାନଙ୍କ ଠାରୁ ଖବର ପାଇ ପରିବାର ଲୋକେ ଆସି ଡାକ୍ତରଖାନାରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି। ଆଜି ସକାଳେ ଡାକ୍ତରଖାନା ତରଫରୁ ଅନଗୁଳ ପୁଲିସକୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଛି।

By amfnews

Related Post