Tue. Sep 8th, 2026

ଅଙ୍ଗରକ୍ଷୀର ଗୁଳି ଚୋଟରେ ଆହତ ବିଚାରପତିଙ୍କ ପତ୍ନୀ ମୃତ

341 Views

ଗୁରୁଗ୍ରାମ : ଶନିବାର ଦିନ ଅଙ୍ଗରକ୍ଷୀର ଗୁଳି ଚୋଟରେ ଆହତ ହୋଇଥିବା ଆଡିସ୍‌ନାଲ୍‌ ଡିଷ୍ଟ୍ରିକ୍ଟ୍‌ ଜଜ୍‌ଙ୍କ ପତ୍ନୀଙ୍କର ରବିବାର ଦିନ ଦେହାନ୍ତ ହୋଇ ଯାଇଛି। ୩୮ ବର୍ଷୀୟ ଋତୁ ଏବଂ ତାଙ୍କ ୧୮ ବର୍ଷିୟ ପୁତ୍ର ଧ୍ରୁବଙ୍କୁ ସେମାନଙ୍କ ବନ୍ଧୁକଧାରୀ ଅଙ୍ଗରକ୍ଷୀ ଗୁରୁଗ୍ରାମ ଆର୍କାଡିଆ ମାର୍କେଟ୍‌ରେ ଗୁଳି ମାରିଥିଲେ। ଦୁଇଜଣଙ୍କୁ ଗୁଳି ମାରି ଖସି ଯାଇଥିବା ଅଙ୍ଗରକ୍ଷୀଙ୍କୁ ପରେ ପୁଲିସ ଗିରଫ କରିଥିଲା।

ଆହତ ମାଆ ଓ ପୁଅଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଋତୁଙ୍କ ଦେହରେ ୨ଟି ଗୁଳି ବାଜିଥିଲା ଏବଂ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ରବିବାର ପ୍ରତ୍ୟୁଷରେ ଚିକିତ୍ସା ସମୟରେ ଋତୁଙ୍କର ମୃତ୍ୟୁ ହୋଇଯାଇଛି ଓ ଧ୍ରୁବଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମହିପାଳ ନାମକ ସେ ଅଙ୍ଗରକ୍ଷୀ ଗତ ଦେଢ଼ ବର୍ଷ ହେବ ବିଚାରପତିଙ୍କ ପାଖରେ କାର୍ଯ୍ୟ କରୁଛନ୍ତି।

ପୁଲିସ କହିଛି ଯେ ସେମାନେ ମହିପାଳଙ୍କୁ ପଚରା ଉଚୁରା କରୁଛନ୍ତି, କିନ୍ତୁ ଅପରାଧର ପ୍ରକୃତ କାରଣ ଜଣାପଡ଼ି ନାହିଁ।

By amfnews

Related Post