Thu. Jun 11th, 2026

ଅକ୍ଟୋବର ୧୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି

212 Views

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲ୍‌ରେ ହେବାର ଥିଲା, କିନ୍ତୁ ଶୁଣାଣିକୁ ଆସନ୍ତା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଟ୍ରିବ୍ୟୁନାଲ୍‌ରେ ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରତିଷ୍ଠା ହୋଇ ପାରିନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡ଼ିଛି। ଟ୍ରିବ୍ୟୁନାଲ୍‌ ପକ୍ଷରୁ ମଧ୍ୟ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାରଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଗଠନ କରିଛନ୍ତି। ହେଲେ ଟ୍ରିବ୍ୟୁନାଲ୍‌ର ଭିତ୍ତିଭୂମି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନଥିବାରୁ ସପ୍ତାହେ ପୂର୍ବରୁ ଶୁଣାଣିକୁ ଆସନ୍ତା ମାସ ୧୩କୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି। ମହାନଦୀ ଜଳବିବାଦ ମାମଲାରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍‌ରେ ନିଜର ପକ୍ଷ ରଖିବାପାଇଁ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ଶୁଣାଣିରେ ବିଳମ୍ବ କିଛି ମାତ୍ରାରେ ନିରାଶ କରିଛି।

By amfnews

Related Post