Thu. Jun 11th, 2026

ଅକ୍ଟୋବର ୨୧ରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

316 Views

Khabar Odisha:will-attend-flag-hoisting-ceremony-at-red-fort-on-oct-21-says-modi
ନୂଆଦିଲ୍ଲୀ, ଅକ୍ଟୋବର୧୮:ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୧ରେ ଲାଲକିଲ୍ଲାର ପ୍ରାଚୀରରୁ ଧ୍ଵଜାରୋହଣ କରିବେ। ଏ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ଓ ସ୍ଵାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଏ। ମାତ୍ର ପ୍ରଥମ ଥର ଅକ୍ଟୋବର ୨୧ରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଏହାର ଘୋଷଣା କରିଛନ୍ତି। ପିଏମ କହିଛନ୍ତି ଯେ ଏଥିପାଇଁ ମୋତେ  କିଛି ଲୋକ ସମାଲୋଚନା କରିବେ ଏବଂ ଅଯଥା ରାଜନୀତି କରୁଥିବା କହିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର  ବୋସଙ୍କ ନେତୃତ୍ଵରେ ଗଠିତ ‘ଆଜାହ ହିନ୍ଦ ସରକାର’ଙ୍କ ୭୫ ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨୧ରେ ଲାଲକିଲ୍ଲାରେ ଆୟୋଜନ ହେବାକୁ ଥିବା ପତାକା ଉତ୍ତୋଳନ ସମାରୋହରେ ସାମିଲ ହେବେ।  ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ ସମୟରେ ମୋଦୀ ଏହା କହିଛନ୍ତି। କଂଗ୍ରେସ ଦଶନ୍ଧି ଧରି ଯେଉଁ ମହାନ ବ୍ୟକ୍ତିଙ୍କୁ ଅଣଦେଖା କରି ଆସିଛି ତାଙ୍କରି ସରକାର ସେହି ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ଯୋଗଦାନକୁ ନେଇ ଉତ୍ସବ ପାଳନ କରିବ।

ପିଏମ ମୋଦୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ନେଇ କଂଗ୍ରେସ ଦ୍ଵାରା କେନ୍ଦ୍ର ଓ ଗୁଜରାତ ସରକାରଙ୍କୁ କରାଯାଉଥିବା  ସମାଲୋଚନାର ମଧ୍ୟ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ବାସ୍ତବରେ ପଟେଲଙ୍କ ଅପମାନ କରୁଛନ୍ତି କାରଣ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କୁ  ଶତାଧିକ ଛୋଟ ବଡ଼ ରାଜ୍ୟଙ୍କୁ ଭାରତରେ ବିଲୟ କରିବାର ଶ୍ରେୟ ଦିଆଯାଏ।

By amfnews

Related Post