Sun. Mar 8th, 2026

ସୁପ୍ରିମକୋର୍ଟ ରାମ ମନ୍ଦିର ବିବାଦରେ ମଧ୍ୟସ୍ଥଙ୍କୁ ନିଯୁକ୍ତ କରିଛନ୍ତି, ସେଥିରୁ ବଡ଼ ପରିଣାମ ଆସିବା ଭଳି ଲାଗୁ ନାହିଁ : ବାବା ରାମଦେବ

251 Views

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ, ହିନ୍ଦୁ ଓ ମୁସଲମାନଙ୍କ ଡିଏନଏ ଏକ। ହିନ୍ଦୁ ଓ ମୁସଲମାନ ଭାଇ ଭାଇ ଏବଂ ମୁସଲମାନ ଆମର ପୂର୍ବଜ ।ଏଣୁ ଆମେ ପୂର୍ବଜଙ୍କର ଅପମାନ କରିବା ଉଚିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଗବାନ ରାମ ଆମର ପୂର୍ବଜ । ମାତ୍ର ହିନ୍ଦୁ ଓ ମୁସଲମାନଙ୍କ ନୁହଁ। ସେ କହିଛନ୍ତି ଯେ, ଆସ୍ଥା ସବୁଠୁ ବଡ଼ ଜିନିଷ ଏବଂ ଏହାକୁ କୁଠାରଘାତ କରାଯାଇ ପାରିବ ନାହିଁ।

ସୁପ୍ରିମକୋର୍ଟ ରାମ ମନ୍ଦିର ବିବାଦରେ ପରସ୍ପର ସହମତି ଭିତ୍ତିରେ ସମାଧାନର ରାସ୍ତା ବାହାର କରିବାକୁ ମଧ୍ୟସ୍ଥଙ୍କୁ ନିଯୁକ୍ତ କରିଛନ୍ତି, ମାତ୍ର ଏଥିରୁ କିଛି ବଡ଼ ଫଳାଫଳ ବାହାରିବା ଆଶା ଲାଗୁ ନାହିଁ ବୋଲି ଯୋଗ ଗୁରୁ ବାବା ରାମଦେବ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଏକଥା କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ରାମ ମନ୍ଦିର ନିଶ୍ଚିତଭାବେ ନିର୍ମାଣ ହେବ ଏବଂ ରାମଙ୍କ ପରି ଚରିତ୍ର ମଧ୍ୟ ତିଆରି ହେବ ସେ ଆଶା ପ୍ରକାଶ କରିଛନ୍ତି।

By amfnews

Related Post