Wed. Mar 19th, 2025

‘ସାରଥିଙ୍କୁ କେନ୍ଦ୍ରାପଡ଼ା ପୁରାଇ ଦିଆଯିବନି, ବାବା ଆସିଲେ ଆମେ ଗ୍ରହଣ କରିବୁ’

By amfnews Jul 23, 2019 #Featured
130 Views

କେନ୍ଦ୍ରାପଡ଼ା : ଜେଲରେ ରହିବାର ଦୀର୍ଘ ୪ ବର୍ଷ ପରେ ବାବା ସାରଥୀ ସନ୍ତୋଷ ରାଉଳ ଜେଲରୁ ମୁକୁଳିବାକୁ ଯାଉଛନ୍ତି। ପୂର୍ବରୁ ଦୁଇଟି ମାମଲାରେ ବେଲ୍‌ ପାଇସାରିଥିବା ସାରଥୀଙ୍କୁ ଗତକାଲି ତୃତୀୟ ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି । ତେବେ ସମ୍ପୂର୍ଣ୍ଣ ଜାମିନ୍‌ ମିଳିବା ପରେ ବାବାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ବାବାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବା ବେଳେ ତାଙ୍କ କେଳେଙ୍କାରୀକୁ ନେଇ ବିରୋଧ ମଧ୍ୟ ଜୋର ଧରିଛି। ଏହିପରିପ୍ରେକ୍ଷୀରେ ବାବାଙ୍କ ଜାମିନ୍‌କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସୁଛି ।

ଷ୍ଟେଟ ପୋଗ୍ରୋସିଭ ଓମେନ୍ସ ଫୋରମର ଅଧ୍ୟକ୍ଷ ମମତା ସାମନ୍ତରାୟ କହିଛନ୍ତି ଯେ, ସାରଥି ଜେଲରୁ ମୁକୁଳିବା ଦୁର୍ଭାଗ୍ୟର କଥା। ତାଙ୍କ କେଳେଙ୍କାରୀ ବିଷୟରେ ସମଗ୍ର ଓଡ଼ିଶାବାସୀଙ୍କୁ ଜଣା। ଏହି ଭଣ୍ଡ ବ୍ୟକ୍ତିଙ୍କୁ ସମସ୍ତ ଓଡ଼ିଶା ବାସୀ ଓ କେନ୍ଦ୍ରାପଡ଼ାବାସୀ ଘୃଣା କରିବେ। ସାରଥିଙ୍କୁ କେନ୍ଦ୍ରାପଡ଼ା ବାସୀ କେନ୍ଦ୍ରାପଡ଼ାକୁ ପୁରାଇ ଦେବେନି। ଯଦି ସେ କେନ୍ଦ୍ରାପଡ଼ାରେ ଆସି ପୁଣି ଲୀଳାଖେଳା କଲେ, ଆମେ ସମସ୍ତ ମହିଳା ରାଜରାସ୍ତାକୁ ଓହ୍ଲାଇବୁ।”

ଅନ୍ୟ ଜଣେ ମହିଳା ତଥା ବାରିମୂଳର ବାସିନ୍ଦା ଚନ୍ଦ୍ରକାନ୍ତି ପାତ୍ର କହିଛନ୍ତି ଯେ, ସାରଥି ବାବା ଧର୍ମରେ ଅଛନ୍ତି। ସେଥିପାଇଁ ଧର୍ମରେ ଜୟ ହେଲା। ବାବା ଆସିଲେ ଆମେ ଗ୍ରହଣ କରିବୁ। ଆମେ ତାଙ୍କ ନିକଟରୁ ବହୁତ ଉପକାର ପାଇଛୁ।”

ବାରିମୂଳର ଅନ୍ୟ ଜଣେ  ବାସିନ୍ଦା କହିଛନ୍ତି,“ବିନା ଦୋଷରେ ବାବା ଜେଲ ଯାଇଥିଲେ। ଏକ ଚକ୍ରାନ୍ତ କରି ବାବାଙ୍କୁ ଫସାଯାଇଛି। ଆମ ପୁଅ ଆମ ଘରକୁ ଆସିବା ଦରକାର। ଆମ ଘରେ ଏପର୍ଯ୍ୟନ୍ତ ସାରଥିଙ୍କୁ ପୂଜା ବି କରାଯାଉଛି। ”

By amfnews

Related Post