Wed. Mar 11th, 2026

ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇପାରେ !

170 Views

ନୂଆଦିଲ୍ଲୀ  : ନରେନ୍ଦ୍ର ମୋଦୀ ସରକାର ଗତକାଲି  ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ଜମ୍ମୁ-କଶ୍ମୀରକୁ ଭାରତଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏବେ କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ।

ସେତିକି ନୁହେଁ, କଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ମିଳୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ଧାରା ୩୫-ଏକୁ ମଧ୍ୟ ଉଚ୍ଛେଦ କରିଛନ୍ତି। ଏହାସହିତ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ମଧ୍ୟ ହରାଇବ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହାକୁ ଚାଲେଞ୍ଜ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଅସାମ୍ବିଧାନିକ ବୋଲି ଦର୍ଶାଇ ସୁପ୍ରିମ୍ କୋର୍ଟରେ ଆବେଦନ କରାଯାଇପାରେ ବୋଲି କୁହାଯାଉଛି। ଗତକାଲି ରାଜନେତା ଶେହଲା ରସିଦ୍ ଟୁଇଟ୍ କରି ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ଦେଇଥିଲେ।

By amfnews

Related Post