Sun. Mar 8th, 2026

ବିଜେପିରେ ଯୋଗଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି

332 Views

ନୂଆଦିଲ୍ଲୀ: ଗତ ଦୁଇଦିନ ତଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦାନ କରିଛନ୍ତି।

ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିକୁ ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଜନସାଧାରଣଙ୍କ ସେବା କରିବା ପାଇଁ ତାଙ୍କୁ ଅଧିକ ସୁଯୋଗ ମିଳିବ। ଆଜି ବିଜେପି ମୁଖ୍ୟାଳୟରେ ସାଂସଦ ମାଝି ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି, ବିଜୁ ଜନତା ଦଳରେ ତାଙ୍କୁ ଅଣ ଦେଖା କରାଯାଉଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିଲେ।

By amfnews

Related Post