Fri. Mar 6th, 2026

ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକି ଚମ୍ପିୟନସିପ୍ ଫାଇନାଲ ୨୩ରେ

373 Views

ରାଉରକେଲା, ୧୬/୯  : ୨୦୧୬ ମସିହା ଡିସେମ୍ବର ମାସ ୧୦ ତାରିଖରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବ ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି ।

ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀନରେ ଯୋଗ ଦେଇ ଶ୍ରୀ ତିର୍କୀ କହିଥିଲେ ଯେ, ବିଭିନ୍ନ ଅନିବାର୍ଯ୍ୟ କାରଣବଶତଃ ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବ ଆୟୋଜନ କରିବାରେ ବିଳମ୍ବ ହୋଇଥିଲା । ତେବେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ ଆଦି ରାଜ୍ୟର ୩୨ଟି ଜାଗାରେ ଆୟୋଜନ ହୋଇଥିବା ଏହି ମ୍ୟାଚର ଲିଗ ପର୍ଯ୍ୟାୟରେ ପ୍ରାୟ ୧୪୮୦ଟି ଦଳ ଭାଗ ନେଇଥିବା ବେଳେ ସମସ୍ତ ଖେଳରୁ ବିଜେତା ଏବଂ ପରାଜୟ ଦଳକୁ ନେଇ ୧୬ ତାରିଖ ରବିବାର,ଦିନ ଆରମ୍ଭ ହେବାକୁ ଯାଉଥିବା କ୍ୱ୍ାର୍ଟର ଫାଇନାଲ ନକଆଉଟ ପର୍ଯ୍ୟାୟରେ ପ୍ରାୟ ୬ଟି ଦଳ ଭାଗ ନେବେ ।

ସମସ୍ତ ଖେଳ ସେକ୍ଟର-୬ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ହେବ ବୋଲି ଶ୍ରୀ ତିର୍କୀ ଘୋଷଣା କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମ୍ୟାଚର ଅଧ୍ୟକ୍ଷ ପିଟର ତିର୍କୀ ମଧ୍ୟ ଉପସ୍ଥିତ ଥିଲେ ।

Related Post