207 Views
ମାଲକାନଗିରି, ମେ ୧୬ :
କରୋନାର ଦ୍ବିତୀୟ ଲହର ଗାଁଠାରୁ ସହର ସବୁଆଡେ କାୟା ବିସ୍ତାର କରିବାରେ ଲାଗିଛି । ମାଲକାନଗିରି ବଣ୍ଡା ଆଦିବାସୀଙ୍କ ମଧ୍ୟରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଆନ୍ଧ୍ର ଷ୍ଟ୍ରେନରେ ସଂକ୍ରମିତ ରହିଥିବା ଜଣାପଡିଛି ।
ଖବର ଅନୁଯାୟୀ, ଆଠ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ବାକିମାନେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
ପ୍ରଶାସନ ସୂଚନା ଅନୁସାରେ, ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛି । ଆବଶ୍ୟକ ଔଷଧ ଦିଆଯାଉଛି ।
ବଣ୍ଡାଘାଟିରେ କରୋନାର ପ୍ରଥମ ମାମଲା ଏପ୍ରିଲ୍ ୨୬ରେ ଚିହ୍ନଟ ହୋଇଥିଲା । ମେ ୧୩ ସୁଦ୍ଧା ବଣ୍ଡା ଘାଟିରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।
ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଖଇରାପୁଟରେ ସାପ୍ତାହିକ ବଜାର ବନ୍ଦ ଘୋଷଣା କରିଛନ୍ତି ।