Sun. Mar 8th, 2026

ପୁଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ନିହତ, ଯବାନ ଆହତ

243 Views

ଜୟପୁର: ଶନିବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ପେଡ଼ାକୋଣ୍ଡାପଲ୍ଲୀ ଅଞ୍ଚଳରେ ମାଓବାଦୀ ଓ ଆନ୍ଧ୍ରପ୍ରଦେଶ ପୁଲିସର ଗ୍ରେହାଉଣ୍ଡ୍‌ ଫୋର୍ସ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି।

ଗୁଳି ବିନିମୟ ସମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବାର ଖବର ମଳିଛି। ତାଙ୍କ ଗୋଡ଼ରେ ଗୁଳିଚୋଟ ଲାଗିଛି। ଚିକିତ୍ସା ନିମନ୍ତେ ତାଙ୍କୁ ଭାଇଜାଗ୍‌କୁ ନିଆଯାଇଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି।

ପ୍ରାପ୍ତ ସୂଚନା ଆଧାରରେ ୧୯୮ ବାଟାଲିୟାନ୍‌ ସିଆର୍‌ପିଏଫ୍‌ ଓ ପୋଲିସ ମିଳିତ ଭାବେ ପାଟ୍ରୋଲିଙ୍ଗ୍‌ରେ ବାହାରିଥିଲେ। ପେଡ଼ାବାୟଲୁ ଗ୍ରାମ ନିକଟରେ ମାଓବାଦୀମାନେ ପ୍ରଥମେ ପାଟ୍ରୋଲିଙ୍ଗ୍‌ ପାର୍ଟି ଉପରକୁ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମାଓବାଦୀ ଦଲମ୍‌ ସଦସ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିହତ ମାଓବାଦୀମାନଙ୍କ ଶବ ଓ ଦୁଇଟି ଅସ୍ତ୍ର ଜବତ କରାଯାଇଛି।

ଗୁଳି ବିନିମୟ ବନ୍ଦ ରହିଛି କିନ୍ତୁ, ଯବାନମାନେ ତଲାସ ଅଭିଯାନ ଚଳାଇଛନ୍ତି।

By amfnews

Related Post