Sat. Mar 7th, 2026

ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ବାତିଲ ଏବଂ ଆଉ କେତେକ ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ କରିଲା ରେଳବାଇ

247 Views

ବାଲେଶ୍ୱର: ଗତକାଲି ବାଲେଶ୍ବର ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ବରେ ନିର୍ମାଣଧୀନ ଏକ ଓଭରବ୍ରିଜ୍ ଉପରୁ ଗୋଟିଏ ଗାର୍ଡର (ଲୁହାସ୍ଲାବ୍) ତଳକୁ ଖସି ପଡ଼ିବା ପରେ ଆଜି ସେହି ବାଟ ଦେଇ ଯାଉଥିବା କେତେକ ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ ଓ  ଏକ ଟ୍ରେନ ବାତିଲ ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସକୁ ବାତିଲ କରି ଦିଆଯାଇଛି। ଅପରପକ୍ଷରେ ଗତକାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଚେନ୍ନାଇ ମେଲ୍ ଆଜି ହାଓ୍ୱଡ଼ାରୁ ଦିନ ୧୨ଟା ୧୫ରେ ଛାଡ଼ିବ । ସେହିଭଳି ଫଲକନାମା ଏକ୍ସପ୍ରେସ୍ ଆଜି ହାଓ୍ୱଡ଼ାରୁ ଦିନ ୧ଟା ୧୫ରେ ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ଅଘଟଣ ଘଟିବା ପରେ କ୍ରେନ୍ ସାହାଯ୍ୟରେ ସମସ୍ତ ଗାର୍ଡରଗୁଡ଼ିକୁ ଖମ୍ବ ଉପରୁ ତଳକୁ ଅଣାଯିବା ପରେ ତଳେ ପଡ଼ିଥିବା ଗାର୍ଡରକୁ ଗ୍ୟାସ୍ କଟରରେ କଟାଯାଇ ରେଳଧାରଣା ଉପରୁ ହଟାଯାଇଥିଲା।ଏହି କାରଣରୁ ବାଲେଶ୍ବର ଦେଇ ଦକ୍ଷିଣପୂର୍ବ ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ୬ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିଥିଲା।ତେବେ ସନ୍ଧ୍ୟା ସାଢେ ୫ଟା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା।


ଅନ୍ୟପକ୍ଷରେ ଗତକାଲି ସଂଧ୍ୟା ସୁଦ୍ଧା ରେଳଧାରଣା ମରାମତି ପରେ ଅଟକି ରହିଥିବା କିଛି ମାଲବାହୀ ଟ୍ରେନକୁ ଡିଜେଲ ଇଞ୍ଜିନ୍ ସାହାଯ୍ୟରେ ସେହି ସ୍ଥାନରୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ସ୍ଥିତି ସ୍ବାଭାବିକ ପାଇଁ ରେଳ ବିଭାଗର ଏକାଧିକ ଅଧିକାରୀ, ଇଞ୍ଜିନିୟର୍, ମେକାନିକ୍ ଓ କର୍ମଚାରୀ ସେଠାରେ କାମରେ ଲାଗିଥିବା ଜଣାଯାଇଛି।

By amfnews

Related Post