Mon. Nov 25th, 2024

ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ ଦେଲେ ବହୁ ରାଜନୈତିକ ଦଳ

By amfnews Aug 5, 2019 #Featured
85 Views

ନୂଆଦିଲ୍ଳୀ: ଜମ୍ମୁ-କଶ୍ମୀର ସମ୍ବଦ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଜ୍ୟସଭାରେ କେନ୍ଦ୍ର ସରକାର ଆଣିଥିବା ପ୍ରସ୍ତାବକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏହି ଦଳମାନଙ୍କ ମଧ୍ୟରେ ଅଛନ୍ତି ବିଜେଡ଼ି, ଆପ୍‌, ବିଏସ୍‌ପି, ଏଆଇଏଡିଏମ୍‌କେ, ଟିଆର୍‌ଏସ୍‌ ଏବଂ ଓ୍ଵାଇଏସ୍‌ଆର୍‌ସିପି।

ଏହାକୁ ସମର୍ଥନ କରି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ‘ଜମ୍ମୁ-କଶ୍ମୀରକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ଆମେ ସମର୍ଥନ କରୁଛୁ। ଆମର ଆଶା ରହିଛି ଯେ ଏହା ରାଜ୍ୟରେ ଶାନ୍ତି ଓ ବିକାଶ ଆଣିବ।’

Arvind Kejriwal

@ArvindKejriwal

We support the govt on its decisions on J & K. We hope this will bring peace and development in the state.

ଉଲ୍ଲେଖଯୋଗ୍ୟ, ବହୁ ବର୍ଷ ହେବ ଜମ୍ମୁ-କଶ୍ମୀରରେ ଚଳି ଆସୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

By amfnews

Related Post