Sat. Mar 7th, 2026

ଡୋମେଷ୍ଟିକ ଗ୍ୟାସ ଡେଲିଭରି ବୟ ମେକାନିକ ଆସୋସିଏସନର ବିଭିନ୍ନ ସମସ୍ୟା ନେଇ ସଭା

211 Views

ରାଉରକେଲା, ୯/୭: ରାଉରକେଲାରେ ପ୍ରାୟ ୧୦ଟି ଗ୍ୟାସ୍ ଏଜେନ୍ସି ଅଧିନରେ କାର୍ଯ୍ୟରତ ଘରୋଇ ଗ୍ୟାସ ଡେଲିଭରୀ ବୟ, ମେକାନିକ ଆସୋସିଏସନର ୧୩ ଦଫା ଦାବି ନେଇ ଚାଲିଥିବା ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଡିଏଲ୍ସିଙ୍କ କାର୍ଯ୍ୟାଳୟ ଠାରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା । ଉକ୍ତ ଚୁକ୍ତିନାମା ଅନୁସାରେ ଅପ୍ରେଲ ୧ ତାରିଖରୁ କାର୍ଯ୍ୟ ନିର୍ଘଣ୍ଟ ସମୟ ୮ ଘଣ୍ଟା ।

ସମସ୍ତ କର୍ମଚାରୀଙ୍କୁ ଇଏସ୍ଆଇ ସୁବିଧା, ସେମାନଙ୍କ ପିଲାମାନଙ୍କୁ ପାଠପଢା ବୃତ୍ତି, ଇ-ପେମେଣ୍ଟ, ପରିଚୟପତ୍ର ପ୍ରଦାନ, ଗୋଦାମରେ ସେଫଟି ମେଜର ଆଦି ବିଷୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଗ୍ୟାସ୍ ବିତକର ଡିଲରମାନେ ଏପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି, ଇ-ପେମେଣ୍ଟ, ପରିଚୟପତ୍ର, ସର୍ବନିମ୍ନ ମଜୁରୀ ଓ କୁଶଳୀ କର୍ମଚାରୀଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦରମା, ନିୟମ ଅନୁଯାୟୀ ଛୁଟି ବ୍ୟବସ୍ଥା ପାଳନ କରୁନଥିବାରୁ ସାଧାରଣ ସମ୍ପାଦକ ରମେଶ ବଳ ତାଙ୍କ ବକ୍ତବ୍ୟରେ ଲକ୍ଷାଧିକ ଉପଭୋକ୍ତାଙ୍କ ଘରକୁ ଗ୍ୟାସ୍ ଯୋଗାଉଥିବା ଏହି ନିଷ୍ପେଷିତ, ଶୋଷିତ ତୃଣମୂଳସ୍ତରର କାର୍ମଚାରୀଙ୍କୁ ସେମାନଙ୍କ ହକ୍ ନ ମିଳିବାରୁ ସଂଘ ତାର ଆନ୍ଦୋଳନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।

ଉପଦେଷ୍ଟା ବ୍ୟାସଦେବ ନାଥ ଦୀର୍ଘଦିନ ଧରି ଅଣଦେଖା କରାଯାଉଥିବା ଏହି କର୍ମଚାରୀଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବାକୁ ମତ ଦେଇଥିଲେ । ନେତାଜୀ ସୁବାଷ ପାର୍କଠାରେ ଅନୁଷ୍ଠିତ ବୈଠକରେ ଶରତ ଜେନା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସାମୁଏଲ ହରିପାଲ ସ୍ୱାଗତ ଭାଷଣ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ନାୟକ, ଯାଦବ ସିଂ, ଅମୂଲ୍ୟ ପାତ୍ର, କୃଷ୍ଣ ଚନ୍ଦ୍ର ଜେନା, ପି.କେ. ମହାନ୍ତି, ତ୍ରିଲୋଚନ ଭୂୟାଁ, କାର୍ତ୍ତିକ ବାଗ, ପ୍ରଫୁଲ ଜେନା, ଯୁଗଳ ବେହେରା, ବିପିନ ସୁନା, ଗୌତମ ନାଗ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ମାଲିକମାନଙ୍କ ତ୍ରୁଟି ଯୋଗୁଁ ସିଲିଣ୍ଡର ଚୋରି ହେଉଥିବା ଅଭିଯୋଗ କରିଥିଲେ । ପ୍ରକାଶଥାଉକି, ଚୂଡାନ୍ତ ନିଷ୍ପତ୍ତି ପାଇଁ ଡିଏଲ୍ସି ଅଫିସରେ ୯ ତାରିଖ ଅପରାହ୍ନ ୪ଟା ବେଳେ ସଂଘ ଓ ମାଲିକମାନଙ୍କ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀ ବଳ ଜଣାଇଛନ୍ତି ।

Related Post