Sun. Mar 8th, 2026

ଜଳିଗଲା ଗୋଦାମ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

173 Views

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିରେ ଅଘଟଣ। ଦୀପାବଳି ପାଳନ ପାଇଁ ସାରା ଦେଶ ଉତ୍ସବମୁଖର ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ଅଘଟଣ ଘଟିଛି।

ଭୁବନେଶ୍ୱର ଷ୍ଟେସନ ବଜାର ଛକ ଅଞ୍ଚଳରେ ଥିବା ଏକ ସାନିଟାରୀ ପାଇପ୍‌ ଫିଟିଙ୍ଗସ୍‌ର ଷ୍ଟୋର୍‌ ହାଉସ୍‌ ଜଳିଯାଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି।ସେଠାରେ ଥିବା ଗର୍ଗ ଟ୍ରେଡିଂ ଦୋକନ ସଂପୂର୍ଣ୍ଣ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ଗ୍ରାଉଣ୍ଡ୍‌ ଫ୍ଲୋର୍‌ ଥିବା ଏହି ଗୋଦାମରୁ ହଠାତ୍‌ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।  ଗୋଦାମରେ ପ୍ଲାଷ୍ଟିକ୍‌ ପାଇପ ଓ ବିଭିନ୍ନ ସାନିଟାରୀ ଉପକରଣ ଥିବାରୁ ନିଆଁର ପ୍ରକୋପ ସଙ୍ଗେସଙ୍ଗେ ବଢିବାରେ ଲଗିଥିଲା।ଘଟଣା ସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରାୟ ୩ରୁ ୪ଘଣ୍ଟାର କସରତ ପରେ ଶେଷରେ ନିଆଁ ଆୟତ୍ତ ହୋଇଥିଲା।ତେବେ ଗୋଦାମରେ ବାୟୁ ନିଷ୍କାସନ ପାଇଁ ପ୍ରଚୁର ବ୍ୟବସ୍ଥା ନଥିବାରୁ ଦମକଳ ବାହିନୀ କବାଟ ଝରକା ଭାଙ୍ଗି ନିଆଁକୁ ଆୟତ୍ତ କରିଥିଲେ।ଗୋଦାମରେ ପ୍ରଥମ ମହଲାରେ ଥିବା ୫ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ମହିଳା ଓ ୨ ଜଣ ଛୁଆ ଅଛନ୍ତି।

ତେବେ କିଭଳି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ଏନେଇ ଗୋଦାମ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଗତକାଲି ରାତିରେ ଦୋକାନ ମାଲିକ ଦୀପାବଳି ଅବସରରେ ଦୀପ ଜାଳି ଘରକୁ ଯିବା ପରେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଅଗ୍ନିକାଣ୍ଡ ନେଇ ତଦନ୍ତ ଜାରି ରହିଛି।

By amfnews

Related Post