Sun. Mar 8th, 2026

ଖୁବ୍‌ଶୀଘ୍ର ରାଜ୍ୟରୁ ଧରା ହେବେ ଜାଲ୍‌ ଡାକ୍ତର

191 Views

ଭୁବନେଶ୍ୱର : ଖୁବ୍‌ଶୀଘ୍ର ଧରା ହେବେ ଜାଲ୍‌ ଡାକ୍ତର। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ଏ ସଂପର୍କ‌ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ରେ ଜାଲ୍‌ ଡାକ୍ତର ଧରା ପଡ଼ିବା ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏପରି କାରବାର ଚାଲିଥିବା ଅଭିଯୋଗ ଉଠିଥିଲା। କିଛି ବ୍ୟକ୍ତି ଡାକ୍ତରୀ ପାଠ ନ ପଢ଼ି ଲୋକଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା। ତେବେ ସେହି ଜାଲ୍‌ ଡାକ୍ତରମାନଙ୍କୁ ଧରିବା ପାଇଁ ଏବେ ଏକ ଟିମ୍‌ ଗଠନ କରାଯିବ। ଉକ୍ତ ଟିମ୍‌ ଜାଲ୍‌ ଡାକ୍ତରଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

By amfnews

Related Post