Tue. Mar 10th, 2026
205 Views

ଭୁବନେଶ୍ୱର : ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ଜାଗାରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦, ଦାରିଙ୍ଗବାଡ଼ିରେ ୭.୦ ଓ ଅନୁଗୋଳରେ ୭.୦ ଡିଗ୍ରୀ ତାପମାତ୍ରା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି।

ସେ କହିଛନ୍ତି, “ରାଜ୍ୟର ସବୁ ସ୍ଥାନରେ ୧ରୁ ୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ବଢ଼ିଛି। ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ମଧ୍ୟରେ ବଢ଼ିବ। ତା’ଦ୍ୱାରା ଥଣ୍ଡାର ପ୍ରଭାବ ଆସ୍ତେ ଆସ୍ତେ କମିବ। ତେବେ ବାରିପଦାରେ ଆଜି ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍‌କା କୁହୁଡ଼ି ହେବାର ସମ୍ଭାବନା ରହିଛି।”

By amfnews

Related Post