Sun. Mar 8th, 2026

ଇରାନ୍ ଦେଲା କଡ଼ା ଜବାବ, ଥରି ଉଠିଲା ଆମେରିକା ଦୂତାବାସ

150 Views

ବାଗଦାଦ: ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଏବେ ଇରାନ ଆମେରିକାକୁ ଏଭଳି ଜବାବ ଦେଇଛି। ଆମେରିକାର ଦୂତାବାସ ଉପରେ ରକେଟ୍ ମାଡ଼ ସହିତ ମୋଟର ମାଡ଼ କରିଛି ଇରାନ୍। ଏଥିର କିନ୍ତୁ କେହି ମୃତାହତ ହୋଇ ନାହାନ୍ତି।

ଗତକାଲି ସନ୍ଧ୍ୟା ସମୟରେ ଇରାକର ରାଜଧାନୀ ବାଗଦାଦର ଗ୍ରୀନଜୋନରେ ମୋଟର ମାଡ଼ ସାଙ୍ଗକୁ ବମ୍ ବିସ୍ଫୋରଣ କରାଯାଇଥିଲା। ଏହାପରେ ଆମେରିକା ସୈନିକଙ୍କ ଉପରେ ରକେଟ ମାଡ଼ ହୋଇଥିଲା। ଏହି ଗ୍ରୀନଜୋନରେ ଆମେରିକାର ଦୂତାବାସ ରହିଛି। ଇରାକର ଜଣେ ସୁରକ୍ଷା କର୍ମୀ କହିଛନ୍ତି, ପ୍ରଥମେ ଏକ ରକେଟ ମାଡ଼ ହୋଇଥିଲା। ଏହାପରେ ସାଇରନ ବାଜିଥିଲା ଏବଂ ଆକାଶରେ କିଛି ହେଲିକପ୍ଟର ବୁଲୁଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏ ନେଇ ଚେତାବନୀ ଦେଇଛନ୍ତି। ଇରାକରେ ଥିବା ଆମେରିକା ନାଗରିକ କିମ୍ୱା ଆମେରିକାର କୌଣସି ଠିକଣା ଉପରେ ଯିଏ ଆକ୍ରମଣ କରିବ ତାକୁ ମଧ୍ୟ ଆମେରିକା ଠିକଣା ଜାଗାରେ ମାରିବ ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଦେଖି ଇରାକ ମଧ୍ୟ ଏବେ ସତର୍କ ଅବଲମ୍ୱନ କରିଛି। ଇରାକରେ ଥିବା ଆମେରିକାର ସମସ୍ତ ଠିକଣାରୁ ଏକ କିଲୋମିଟର ଦୂରକୁ ଯିବା ପାଇଁ ଇରାକ ନିଜର ସୁରକ୍ଷା କର୍ମୀ ହିଜବୁଲ୍ଲାକୁ କହିଥିବା ଜଣାପଡ଼ିଛି। ଏହାପରେ ଇରାନର ଆକ୍ରମଣ ଆଶଙ୍କା ଦେଖି ଆମେରିକା ନିଜର ସମସ୍ତ ଠିକଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

By amfnews

Related Post