Sat. Mar 7th, 2026

୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

236 Views

ଜଳେଶ୍ୱର : ବସ୍‌ରେ ଲାଗିଲା ୧୧ କେଭି ବିଦ୍ୟୁତ୍‌ ତାର। ତେବେ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋମଟି ଛକ ନିକଟରେ।

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ବସ୍‌ରେ ବାରିପଦାରୁ ଡଗରା ବେଳାଭୂମିକୁ ପିକ୍‌ନିକ୍‌ ପାଇଁ ୭୦ରୁ ଅଧିକ ଯାତ୍ରୀ ଯାଉଥିଲେ। ଏହି ସମୟରେ ବାଲିଆପାଳ ଗୋମଟି ଛକ ନିକଟରେ ବସ୍‌ଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ପର୍ଯ୍ୟଟକଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କର କିଛି ହୋଇ ନଥିବା ସୂଚନା ମିଳିଛି।

By amfnews

Related Post