110 Views
ନୂଆଦିଲ୍ଲୀ : ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ-୩୦ ମଲଟିରୋଲ ଏୟାରକ୍ରାଫ୍ଟକୁ ଆହୁରି ବିକଶିତ କରିବାକୁ ଭାରତ ଋଷିଆକୁ କହିଛି । ପୂର୍ବରୁ ଋଷିଆ ନିଜର ଯୁଦ୍ଧ ବିମାନ ମିଗ-୨୧,ମିଗ୨୭ ଓ ୨୯ର ଆଧୁନିକୀକରଣ କରିଥିଲା । ଏଥିରେ ଭାରତୀୟ ବାୟୁସେନା ସନ୍ତୁଷ୍ଟ ଅଛି ବୋଲି ବାୟୁସେନା ମୁଖ୍ୟ ବିଏସ ଧାନୋଆ କହିଛନ୍ତି । ଏବେ ସୁଖୋଇ-୩୦ର ଆଧୁନିକୀକରଣ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତ ସହ ମିଶି ଏହି ୫ମ ପିଢିର ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି, ଯେପରିକି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ । ଏକଥା କହିଛନ୍ତି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି । ସେ କହିଛନ୍ତି ଯେ ସୁଖୋଇ-୫୭ର କେତେକ ସ୍ୱତନ୍ତ୍ର ସାମରିକ କ୍ଷମତା ରହିଛି ଯାହାକି ଅନ୍ୟ ବିମାନରେ ନାହିଁ ।