Mon. Nov 25th, 2024

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଏମିତି ରହିଛି ପାଣିପାଗ ସ୍ଥିତି

By amfnews Jun 16, 2019 #Featured
125 Views

ଲଣ୍ଡନ: ଆଜି କ୍ରିକେଟ ବିଶ୍ୱକପରେ ଦେଖିବାକୁ ମିଳିବ ମହାମୁକିବାଲା। ଇଂଲଣ୍ଡର ମ୍ୟାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି। କାରଣ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଆଜି ମଇଦାନରେ ଲଢ଼ିବେ।

ଆଜି ସକଳେ ପାଗ ଶୁଖିଲା ରହିଥିବା ବେଳେ ଟସ୍ ପଡ଼ିବା ବେଳକୁ ପାଗ ମେଘୁଆ ରହିବ ବୋଲି ଆକଳନ କରାଯାଉଛି। ଅପରାହ୍ନ ୫ଟା, ରାତି ୮ ଏବଂ ୯ଟାରେ ମେଘ ହେବ ବୋଲି ଆକଳନ କରାଯାଉଛି। ତେଣୁ ୫୦ ଓଭର ମ୍ୟାଚ୍‌ ହେବାର ଆଶା କମ୍ ବୋଲି ଜଣାପଡ଼ିଛି।

ବିଶ୍ୱକପରେ ଏହି ଦୁଇ ଦଳ ସପ୍ତମ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବରୁ ମୋଟ ୬ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦଳ ଏବଂ ସମସ୍ତ ମ୍ୟାଚ୍‌ ଭାରତ ସପକ୍ଷରେ ଯାଇଛି।

ମ୍ୟାଚ୍‌ ପୂର୍ବରୁ ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଟ୍ୱିଟ୍ କରି କହିଛନ୍ତି, ଭାରତର ପଲା ଭାରି ରହିଛି। କିନ୍ତୁ ପାକିସ୍ତାନ ଟିମ୍ ନିରୁତ୍ସାହିତ ନହୋଇ ଅନ୍ତିମ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ। ପାକିସ୍ତାନ୍ ଟିମ୍ ସହିତ ଦେଶବାସୀଙ୍କ ଆଶୀର୍ବାଦ ରହିଛି।

Imran Khan

@ImranKhanPTI

5/5 3. Finally, even though India may be the favourites, banish all fear of losing. Just give your best and fight till the last ball. Then accept whatever the result like true sportsmen. The nation’s prayers are with all of you. Good Luck.

ଏହି ମ୍ୟାଚକୁ ନେଇ ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଏବଂ ସଞ୍ଜୟ ମଞ୍ଜରେକର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ମ୍ୟାଚ ଆବେଗ ଏବଂ ଉତ୍ସାହ ଭରା ବୋଲି ଏମାନେ କହିଛନ୍ତି।

Embedded video

ICC

@ICC

“There will be lots of emotion, lots of expectation, lots of…lots of everything!”

Hardik Pandya, Ravindra Jadeja and Sanjay Manjrekar have their say on the India-Pakistan rivalry.

ମ୍ୟାଚକୁ ଦେଖିବା ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ମ୍ୟାଞ୍ଚେଷ୍ଟରରେ ପହଞ୍ଚିଛନ୍ତି।

View image on Twitter

Cricket World Cup

@cricketworldcup

By amfnews

Related Post