Tue. Mar 10th, 2026

ଭାରତୀୟ ସେନାରେ ନିଯୁକ୍ତି ପରୀକ୍ଷା ବେଳେ ଧରାପଡ଼ିଲେ ୭ ନକଲି ପରୀକ୍ଷାର୍ଥୀ

158 Views

ପାରାଦୀପ : ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଭାରତୀୟ ସେନାରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଚାଲିଥିବାବେଳେ ୭ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି । ସେହି ନକଲି ପରୀକ୍ଷାର୍ଥୀମାନଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି । ସେମାନେ ସମସ୍ତେ ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି ।
ଗତକାଲିଠାରୁ ଆଗାମୀ ୨୪ ତାରିଖ ଯାଏଁ ପାରାଦୀପ ଗୋପବନ୍ଧୁ ଷ୍ଟାଡିଅମ୍‌ରେ ଆର୍ମି ପାଇଁ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ସମୟରେ ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଠାବ କରାଯାଇଛି । ସେମାନେ ଜାଲ୍‌ ପ୍ରମାଣପତ୍ର ଦେଇ ପରୀକ୍ଷା ଦେଉଥିଲେ । ସେମାନଙ୍କ ଘର ଉତ୍ତର ପ୍ରଦେଶ ଏବଂ ବିହାରରେ ହୋଇଥିବା ବେଳେ ସେମାନେ ନୟାଗଡ଼ର ବାସିନ୍ଦା ବୋଲି ପରିଚୟ ଦେଇଛନ୍ତି । ଏହି ନକଲି ପରୀକ୍ଷାର୍ଥୀମାନେ ନୟାଗଡ଼ର ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଆଦି ଦେଖାଇଥିଲେ।

Image result for paradip police station paradeep odisha

ସେମାନଙ୍କ ନାମ ହେଲା ଆଗମନ ସିଂହ,ସୁଗ୍ରୀମ କୁମାର, ଅଖିଳେଶ କୁମାର ତିୱାରୀ, ରାହୁଲ କୁମାର ଯାଦବ, ଶିବଶଙ୍କର ଯାଦବ,ଗୁଡୁ ସିଂହ ଏବଂ ଆଜାଦ କୁମାର ତିୱାରୀ। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାର ଅଧିବାସୀ। ଏମାନଙ୍କୁ ଥାନାରେ ଅଟକ ରଖି ଅଧିକ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି ।

By amfnews

Related Post