Mon. Dec 23rd, 2024

ନୂଆ ଆଶା ଆଣିଲା ସ୍ୱଦେଶୀ କରୋନା ଟିକା କୋଭାସ୍କିନ, ସାଧାରଣ ଫ୍ରିଜରରେ ରଖାଯାଇପାରିବ

By amfnews Dec 17, 2020 #Featured
213 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଭାରତ ବାୟୋଟେକ ଓ ଆଇସିଏମଆରର ସ୍ୱଦେଶୀ କରୋନା ଟିକା କୋଭାସ୍କିନର ପ୍ରଥମ ପର୍ଯ୍ୟାୟର ପ୍ରାରମ୍ଭିକ ଆକଳନ ଭଲ ଖବର ଆଣିଛି । ଅନ୍ତରୀଣ ବିଶ୍ଲେଷଣ ଅନୁସାରେ ଟିକା ସୁରକ୍ଷିତ ଦେଖାଯାଇଛି । ଟିକାର ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣଙ୍କ ଉପରେ ବ୍ୟବହାର କରାଯାଇଥିଲା । କେବଳ ଜଣେ ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଇଥିଲା । କିନ୍ତୁ ଏହା ଟିକା ଯୋଗୁଁ ନୁହେଁ ବୋଲି ଜଣାଯାଇଛି । 

ଜଣେ ରୋଗୀଙ୍କୁ ଗତ ଜୁଲାଇ ୩୦ ତାରିଖରେ ଟିକା ଦିଆଯାଇଥିଲା । ତାହାଙ୍କୁ ୫ ଦିନ ପରେ କରୋନା ସଂକ୍ରମଣ ହୋଇଥିଲା । ମାତ୍ର ଅଗଷ୍ଟ ୧୫ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅଗଷ୍ଟ ୨୨ରେ ସେ ସୁସ୍ଥ ହୋଇଯାଇଥିଲେ । ଏହି ଘଟଣାକୁ ଟିକା ସହିତ ଯୋଡାଯାଉ ନାହିଁ । 

ଟିକା ଲଗାଇବା ପରେ ଇଂଜେକଶନ ଦିଆଯାଇଥିବା ସ୍ଥାନରେ କିଛି ଲୋକଙ୍କର ଯନ୍ତ୍ରଣା ହେଉଥିଲା, ଯାହାକି କିଛି ସମୟ ପରେ ଆପେଆପେ ଠିକ ହୋଇଯାଉଛି । ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସରେ ଷ୍ଟୋର କରାଗଲା ଓ ଟିକାର ଗୁଣବତ୍ତା ଜାରି ରହିଛି । ଅର୍ଥାତ ଘରେ ଥିବା ସାଧାରଣ ଫ୍ରିଜରରେ ମଧ୍ୟ ଏହାକୁ ରଖାଯାଇପାରିବ । 

ପୋର୍ଟାଲ ମେଡଆରଏକ୍ସଆଇଭି ଉପରେ ଉପଲବ୍ଧ କରାଯାଇଥିବା ଫଳାଫଳ ଅନୁସାରେ ଟିକା ଆଣ୍ଟିବଡି ପ୍ରସ୍ତୁତ କରିବାରେ ସକ୍ଷମ । ବିଷୟର ବିଶେଷଜ୍ଞତା ଦ୍ୱାରା ଔପଚାରିକ ଭାବେ ଅନୁସନ୍ଧାନ ରିପୋର୍ଟର ମୂଲ୍ୟାଙ୍କନ କରିବା ପୂର୍ବରୁ ସାର୍ବଜନୀନ ଭାବେ ମେଡଆରଏକ୍ସଆଇଭି ପୋର୍ଟାଲରେ ଉପଲବ୍ଧ କରାଯାଇଛି । 

By amfnews

Related Post