Fri. Mar 6th, 2026
908 Views

ପୂର୍ବରୁ ଘର ନିକଟରେ ଓସ୍ତ ଗଛ ରଖିବା ପଛରେ ରହିଥିବା ଆୟୁର୍ବେଦ, ବୈଜ୍ଞାନିକ ଓ ପୁରାଣ କାରଣଗୁଡ଼ିକ ଆଲୋଚନା କରିସାରିଛେ। ଏହି ଗୋଟିଏ ଗଛରେ ଅନେକ ଫାଇଦା ଲୁଚି ରହିଛି। ଅନେକ ରୋଗର ଉପଶମ ଏହି ଗଛରେ ରହିଛି ବୋଲି ଡାକ୍ତରମାନେ କୁହନ୍ତି। ତେବେ, ଚାଲନ୍ତୁ ଜାଣିବା ନିଜ ବାଡ଼ିରେ କାହିଁକି ଓସ୍ତ ଗଛଟିଏ ରଖିବା ଉଚିତ।

ଦେଶର ପ୍ରମୁଖ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନି ପତଞ୍ଜଳିର ଅଧ୍ୟକ୍ଷ ଆଚର୍ଯ୍ୟ ବାଲକ୍ରିଷନ୍‌ ଓସ୍ତ ଗଛର ଫାଇଦା ସଂପର୍କରେ ଏହା ସବୁ କହନ୍ତି…

: ଓସ୍ତ ଗଛର କାଣ୍ଡ, ଧନିଆ ମଞ୍ଜି ଓ ଚିନିରୁ ସମାନ ପରିମାଣର ନେଇ ଏକ ପେଷ୍ଟ୍‍ ପ୍ରସ୍ତୁତ କରି ଦିନକୁ ୨-୩ ଥର ଖାଇଲେ ଡାଇରିଆ ଭଲ ହୋଇଥାଏ।

: ପାଚିଲା ଓସ୍ତ ଫଳରେ କଫ, ପିତ, ରକ୍ତ ରୋଗ ସଂପର୍କିତ ବିଭିନ୍ନ ସମସ୍ୟା ଓ ବାନ୍ତି ଆଦିର ସମାଧାନ କରାଯାଇ ପାରେ।

: ପେଟ ଦରଜ ହେଉଥିଲେ ୨-୩ଟି ଓସ୍ତ ପତ୍ର ଓ ଗୁଡ଼ ମିଶାଇ ପେଷ୍ଟ୍‍ ପ୍ରସ୍ତୁତ କରି ଦିନକୁ ୨-୩ ଥର ଖାଇଲେ ଉପଶମ ମିିଳିଥାଏ।

: ଓସ୍ତ ଗଛର ବକଳ ଓ ପାଚିଲା ଫଳ ନେଇ ପୃଥକ ଭାବେ ସୁଖାଇ ଗୁଣ୍ଡ କରି ରଖନ୍ତୁ। ଏହାକୁ ଦିନକୁ ୩ ଥର ମିଶାଇକି ଖାଇଲେ ଶ୍ୱାସ ରୋଗୀଙ୍କ ପାଇଁ ଭଲ।

: ସାପ କାମୁଡ଼ି ଥଲେ ଦିନକୁ ୩-୪ ଥର ଓସ୍ତ ଗଛର ଅର୍କ ଖାଇବା ଦ୍ୱାରା ଶରୀରରେ ବିଷ ମାତ୍ରା କମ୍‌ କରାଯାଇପାରେ।

: କଅଁଳିଆ ଓସ୍ତ ପତ୍ରକୁ ଚୋବାଇ ଖାଇଲେ କିମ୍ବା ଓସ୍ତ ପତ୍ରରେ ଚା’ କରି ପିଇଲେ ତ୍ୱଚା କୁଣ୍ଡେଇ ହେବା ସମସ୍ୟା ଦୂର କରାଯାଇ ପାରେ।

: ଓସ୍ତ ଗଛରୁ ବାହରୁଥିବା ଖିରକୁ ଶରୀରର ଫଟା ଅଂଶରେ ଲଗାଇଲେ ଉତ୍ତମ ଫଳାଫଳ ମିଳିଥାଏ। ଗୋଡ଼ ଫଟା ପାଇଁ ଏହା ଭଲ କାମ କରେ।

: ଓସ୍ତ ମଞ୍ଜିର ଗୁଣ୍ଡ ଓ ମହୁକୁ ମିଶାଇ କରି ଖାଇଲେ ରକ୍ତ ସଫା ହୋଇଥାଏ। ଏହା ତ୍ୱଚା ଖୁବ୍‌ ଭଲ।

: ଖିରରେ ଦୈନିକ ଗୋଟିଏ ଚାମଚ ଓସ୍ତ ମଞ୍ଜିର ଗୁଣ୍ଡ ମିଶାଇ ପିଇଲେ ନପୁଂସତା ଦୂର ହୋଇଥାଏ।

: ଦିନକୁ ୪ରୁ ୫ଟି ଓସ୍ତ ଫଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର କରାଯାଇପାରେ।

By amfnews

Related Post