Sat. Mar 7th, 2026

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷ

176 Views

ବ୍ରହ୍ମପୁର, ୧୦ା୧୧: ଜରଡ଼ା ଥାନା ଇଲାକାରେ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଶୁଣାଣି କରି ସିଭିଲ୍‌ ରେଜିଷ୍ଟ୍ରାର‌୍‌ ଅମିତ ସ୍ବରୂପ ସେଠ୍‌ ପ୍ରମାଣ ଅଭାବ ଯୋଗୁଁ ଅଭିଯୁକ୍ତ ଏସ୍‌. ଭେଙ୍କେଟ ରାଓଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଗତ ୨୦୦୯ ଏପ୍ରିଲ ୨୮ତାରିଖରେ ଜନୈକା ନାବାଳିକା ଗାଁ ବନ୍ଧକୁ ଗାଧୋଇବାକୁ ଯାଉଥିବା ବେଳେ ଜରଡ଼ା ଥାନା ଜୟନ୍ତୀପୁରର ଭେଙ୍କେଟ ତାଙ୍କୁ ବଳପୂର୍ବକ ଟେକି ନେଇଥିଲେ।

ଏହା ସହିତ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ଭେଙ୍କେଟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାରଣା ବେଳେ ୧୬ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ସିଭିଲ୍‌ ରେଜିଷ୍ଟ୍ରାର‌୍‌ ଅଭିଯୁକ୍ତ ଭେଙ୍କେଟଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ମୁଦାଲାଙ୍କ ତରଫରୁ ଆଇନଜୀବୀ ତ୍ରିନାଥ ମହାନ୍ତି ଓ ଆଶିଷ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।

By amfnews

Related Post