Sat. Mar 7th, 2026

ଛଅ ଲିଟର ଭେସ୍‌ଲିନ୍‌ ଭରି ବାଇସେପ୍ସ ଫୁଲାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା

180 Views

ନୂଆଦିଲ୍ଲୀ  : ବଡ଼ି ବିଲଡିଂ କରିବା ଆଜିକାଲି ଯୁବକମାନଙ୍କ ଏକ ସଉକ ପାଲଟି ଯାଇଛି। କିଛି ଯୁବକ ବଡି ବନାଇବା ପାଇଁ ଜିମ୍‌ରେ ପରିଶ୍ରମ କରୁଥିବା ବେଳେ ଆଉ କେତେ ଅଳ୍ପଦିନରେ ସୁନ୍ଦର ବଡ଼ି ପାଇବା ପାଇଁ ଇନ୍‌ଜେକ୍‌ସନ୍‌ ନେବା ଭଳି ଭୁଲ ଦିଗକୁ ଆପଣାଇ ଥାଆନ୍ତି।

ଏଭଳି ଘଟଣା ଘଟଣା ରୁଷର ୨୩ବର୍ଷର ବଡିବିଲଡର କିରିଲ ଟେରେସିନ୍‌ଙ୍କ ସହିତ ଘଟିଛି। ଇନ୍‌ଜେକ୍‌ସନ୍‌ ନେଇ ବାଇସେପ୍ସ ବନାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଏଥିପାଇଁ ସର୍ଜରି କରିବାକୁ ପଡ଼ିଥିଲା।

କିରିଲ ଟେରେସିନ୍‌ ନିଜର ମାଂସପୋଶୀକୁ ଅଳ୍ପ ସମୟରେ ବଡ଼ କରିବା ପାଇଁ ବହୁତ ବିପଦପୂର୍ଣ୍ଣ ଇନ୍‌ଜେକ୍‌ସନ୍‌ ନେଇଥିଲେ। ଏହି କାରଣର ତାଙ୍କ ବାହୁର ମାଂସପେଶୀ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା। ଇନ୍‌ଜେକ୍‌ସନ୍‌ ନେବା ପୂର୍ବରୁ ଡାକ୍ତର କିରିଲ ଟେରେସିନ୍‌ଙ୍କୁ ଏହି ଇନଜେକ୍‌ସନ୍‌ ବିଷୟରେ ସଚେତନ ବି କରିଥିଲେ। ଇନ୍‌ଜେକ୍‌ସନ୍‌ ଦେବା ପରେ ଟେରେସିନ୍‌ଙ୍କ ଏଭଳି ଅବସ୍ଥା ଦେଖି ଡାକ୍ତର କହିଲେ ତୁମେ ଏଭଳି ନକଲି ମାଂସପେଶୀର ଯଥାଶୀଘ୍ର ଅସ୍ତ୍ରୋପଚାର ନକଲେ ତୁମାର ମୃତ୍ୟୁ ହେବାର ଆଶଙ୍କା ରହିଛି।

ଏହାପରେ ଦୁଇଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ କିରିଲ ଟେରେସିନଙ୍କ ବାହୁରୁ ନକଲି ମାଂସପେଶୀକୁ ହଟାଇ ଦିଆଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଏହାପରେ ତାଙ୍କୁ ଆଉ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ।

By amfnews

Related Post