Fri. Mar 6th, 2026

‘ଏଣିକି ଆଧାର ନାହିଁ ତ ଭତ୍ତା ନାହିଁ’

195 Views

ଭୁବନେଶ୍ୱର : ଏଣିକି ଆଧାର ନାହିଁ ତ ଭତ୍ତା ନାହିଁ। ଆଧାର ସଂଯୋଗ କରି ନଥିଲେ ଏପ୍ରିଲ ୧ରୁ ହିତାଧିକାରୀଙ୍କୁ ଭତ୍ତା ମିଳିବ ନାହିଁ। ଆଧାର ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମାଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ମାର୍ଚ୍ଚ ୧୫ ଭିତରେ ପେନସନଧାରୀମାନେ  ଆଧାର ଲିଙ୍କ୍ କରିବାକୁ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। NATIONAL SOCIAL ASSISTANCE PROGRAGMME-NSAP, ମଧୁବାବୁ ପେନସନ୍ ଯୋଜନାରେ ଆଧାର ଲିଙ୍କର ଡେଡଲାଇନ୍ ଅକ୍ଟୋବର ୨୦୧୯ ଯାଏ ଥିଲା। ତେବେ ଏହାକୁ ପୁଣି ଥରେ ଏପ୍ରିଲକୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର।

ଏବେ ରାଜ୍ୟରେ ୪୯ ଲକ୍ଷ ୨୪ ହଜାର ୧୯୧ ଜଣଙ୍କୁ ମିଳୁଛି ଭତ୍ତା। ସେଥିମଧ୍ୟରୁ ୩୯ ଲକ୍ଷ ୫ ହଜାର ୯୭୫ ଜଣଙ୍କ ଆଧାର ଲିଙ୍କ ହୋଇଛି। ସେଥିରୁ ୩୫ ଲକ୍ଷ ୪୩ ହଜାର ୩୫୮ ଜଣଙ୍କ ଆଧାର ଯାଞ୍ଚ ହୋଇସାରିଛି। ତେବେ ମାତ୍ର ୯ ଲକ୍ଷ ୯୦ ହଜାର ୭୮୫ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରାଯାଇଛି।

By amfnews

Related Post