Sun. Mar 8th, 2026

ଆଡିଲେଡ୍‌ ଟେଷ୍ଟ, ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟସ୍ତ, ମଧ୍ୟାହ୍ନ ଭୋଜନ ସୁଦ୍ଧା ୫୬/୪

183 Views

ଆଡିଲେଡ୍‌, ଡିସେମ୍ବର ୦୬ : ଆଜି ଆଡିଲେଡ୍‌ ଠାରେ ଚାଳଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଏହି ବହୁ ଚର୍ଚିତ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ବୃାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ଭାରତର ୪ ଜଣ ପଆରମ୍ଭିକ ବୃାଟ୍‌ମୃାନ ଅତି ଶସ୍ତାରେ ଆଉଟ ହୋଇଯିବା ଦ୍ୱାରା ଭାରତ ବିପଦରୋ ପଡ଼ିଛି। ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ସଂଗ୍ରହ କରିଛି ମାତ୍ର ୫୬ ରନ୍‌।

ଟସ୍‌ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କୋହଲିଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ ଅଷ୍ଟ୍ରେଲିଆର ବୋଲରମାନେ। ଖେଳର ଦ୍ୱିତୀୟ ଓଭରରେ ଜୋସ ହାଜଲଉଡ୍‌ କେ ଏଲ ରାହୁଲଙ୍କୁ ଆଉଟ୍‌ କରି ଭାରତୀୟ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ପରେ ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ୧୧ ରନ୍‌ କରି ଷ୍ଟାର୍କଙ୍କ ଶିକାର ହୋଇଥିିଲେ। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଅତି ଶସ୍ତାରେ (ମାତ୍ର ୩ ରନ୍‌ ) ଆଉଟ୍‌ ହୋଇଯିବା ପରେ ବିପଦରେ ପଡ଼ିଥିବା ଭାରତୀୟ ଦଳ ସ୍ଥିତି ସୁଧାରିବା ପୂର୍ବରୁ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ( ୧୩ ରନ)ଙ୍କୁ କୁମିନ୍ସ ଆଉଟ୍‌ କରି ଭାରତକୁ ବ୍ୟାକ୍‌ ଫୁଟ୍‌କୁ ଠେଲି ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ବେଳକୁ ଚେତେଶ୍ୱର ପୂଜାରା ୧୧ରନ ଓ ରୋହିତ ଶର୍ମା ୧୫ ରନ୍‌ କରି ଖେଳୁଛନ୍ତି।

By amfnews

Related Post