Sat. Mar 7th, 2026

ଅଧିକ ରାଜ୍ୟକୁ ପ୍ରବେଶ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ; ଉତ୍ତରପଶ୍ଚିମ ଭାରତରେ ବର୍ଷା ସମ୍ଭାବନା

236 Views

ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଅଭ୍ୟନ୍ତର କର୍ଣ୍ଣାଟକ, ତାମିଲନାଡୁ ଏବଂ ପୁଦ୍ଦୁଚେରୀର ଆହୁରି ଅଧିକ ଅଞ୍ଚଳକୁ ପ୍ରବାହିତ ହୋଇଥିବା କଥା ରବିବାର ଦିନ ଭାରତୀୟ ପାଣିପାଗ ବିଭାଗ କହିଛି।

ଆସନ୍ତା ଦୁଇ ଦିନ ମଧ୍ୟରେ କର୍ଣ୍ଣାଟକ ଆହୁରି ଅଧିକ ଅଞ୍ଚଳ, ସମଗ୍ର ତାମିଲନାଡୁ ରାୟଲସୀମା ଏବଂ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗରର କେତେକ ଅଞ୍ଚଳ ଏବଂ ଉତ୍ତରପୂର୍ବ ଭାରତର କେତେକ ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବାହ ହେବ।

ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍‌ସ୍ କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳ ଏବଂ ଉତ୍ତରପୂର୍ବ ଭାରତର ସମତଳ ଅଞ୍ଚଳର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଏହାର ପ୍ରକୋପ କମିଯିବ। ସମ୍ପୃକ୍ତ ଅଞ୍ଚଳମାନଙ୍କରେ ବଜ୍ରପାତ, ବିଜୁଳି ଓ ବତାସ ଝାଙ୍କ ପ୍ରବାହ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ କହିଛି, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ତ୍ରିପୁରା, କେରଳ, ମାହେ, ଆଣ୍ଡାମାନ ଓ ନିକୋବର ଦ୍ବିପପୁଞ୍ଜ, ଜମ୍ମୁ ଓ କଶ୍ମୀରର ଅଳ୍ପ କେତେକ ସ୍ଥାନ, ଲଦାଖ, ଗିଲଗିତ-ବାଲତିସ୍ତାନ, ମୁଜାଫରବାଦ, ହିମାଳୟ ପାଦଦେଶବର୍ତ୍ତୀ ପଶ୍ଚିମବଙ୍ଗ, ସିକିମ, ଆସାମ, ମେଘାଳୟ, ବିଦର୍ଭ, କୋଙ୍କଣ, ଗୋଆ, ଉପକୂଳବର୍ତ୍ତୀ କର୍ଣ୍ଣାଟକ, ଲାକ୍ଷାଦ୍ବୀପ ଆଦି ଅଞ୍ଚଳରେ ବର୍ଷା ହେବ। ଏହାଛଡ଼ା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବରାଜସ୍ଥାନ, ପୂର୍ବ ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ସୌରାଷ୍ଟ୍ର ଓ କଚ, ଗାଙ୍ଗେୟ ପଶ୍ଚିମବଙ୍ଗ, ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଏବଂ ୟାନାମ, ମଧ୍ୟପ୍ରଦେଶ, ଦକ୍ଷିଣ ଅଭ୍ୟନ୍ତର କର୍ଣ୍ଣାଟ, ତାମିଲନାଡୁ, ପୁଦ୍ଦୁଚେରୀ ଏବଂ କରାଇକାଲରେ ମଧ୍ୟ ବର୍ଷା ହେବ।

By amfnews

Related Post