Tue. Mar 10th, 2026

ସନ୍ଧ୍ୟା ସୁଦ୍ଧା ଏସବୁ ଜିଲ୍ଲାର ବାସିନ୍ଦାଙ୍କୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି

184 Views

ଭୁବନେଶ୍ୱର : ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୬ଟି ଜିଲ୍ଲାର ବାସିନ୍ଦାଙ୍କୁ ସନ୍ଧ୍ୟା ୫ଟା ଯାଏଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲା ରହିଛି। ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ି ବିଜୁଳି ମାରିବାର ସମ୍ଭାବନା ରହିଛି।

ସେହିପରି ୯ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କଟକ, ଦେବଗଡ଼, ଯାଜପୁର ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଉତ୍ତର ଓଡ଼ିଶା ଓ ଖୋର୍ଦ୍ଧାରେ ବି ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ସମ୍ବଲପୁରରେ ୨ମିମି, ସୁନ୍ଦରଗଡ଼ରେ ୨ମିମି, ମାଲକାନଗିରିରେ ୨ମିମି, କୋରାପୁଟରେ ୩ମିମି, ଗଜପତିରେ ୨ମିମି, ବରଗଡ଼ରେ ୧ମିମି, ବଲାଙ୍ଗୀରରେ ୧ମିମି ଓ ଅନୁଗୁଳରେ ୧ମିମି ବର୍ଷା ରେକର୍ଡ କରାଯାଇଛି।

By amfnews

Related Post