125 Views
ମୁମ୍ବାଇ,ଅକ୍ଟୋବର ୨୬ : ଏଇ କିଛି ଦିନ ହେବ ବଲିଉଡ୍ରେ #ମି ଠୁର ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଭିଯାନର ଶିକାର ନାନା ପାଟେକର,ସୁବାଷ ଘାଇ,ବିକାଶ ବହଲ,ଆଲୋକନାଥ,ସାଜିଦ୍ ଖାନ୍ଙ୍କ ଭଳି ବ୍ୟକ୍ତି ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏହି ଅଭିଯାନକୁ ନେଇ ନିଜର ମୁହଁ ଖୋଲିଛନ୍ତି ଅଭିନେତା ଜ୍ୟାକି ଶ୍ରଫ୍ । ଏହି ଅଭିଯାନ ଆରମ୍ଭ ହେବା ପରେ ବଲିଉଡ୍ରେ ଫାଟ ସୃଷ୍ଟି ହେଉଥିବା ଦେଖି ଦୁଃଖ ପ୍ରକାଶ କରିଛନ୍ତି ଜ୍ୟାକି ଶ୍ରଫ୍ ।