223 Views
ମାଟ୍ରିକ୍ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇପାରେ । ଖାତା ଦେଖା ପାଇଁ ୧୨ ଦିନ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୭ ଦିନ ଓ ମଧ୍ୟମା ପରୀକ୍ଷା ଖାତା ଦେଖା ପାଇଁ ୧୦ ଦିନ ଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ ପ୍ରକାର ଦାବି ନେଇ ଧାରଣା ଦେଉଥିବାରୁ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ଖାତା ଦେଖାରେ ସାମିଲ ହୋଇନଥିଲେ । ମାତ୍ର ସରକାର ବିକଳ୍ପ ଉପାୟରେ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛି କି ମୂଲ୍ୟାୟନ ପରେ ଖାତାଗୁଡିକୁ ଷ୍ଟୋର୍ ରୁମ୍ରେ ରଖାଯିବ ଏବଂ ପରେ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ଆସନ୍ତା ମେ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଅନୁମାନ କରାଯାଉଛି । ନିଜ ନିଜ ଦାବି ନେଇ ଶିକ୍ଷକମାନେ ଖାତା ବର୍ଜନ କରିବା ପରେ ସରକାର ସରକାରୀ ଓ ଟେକେନ୍ ଓଭର ଶିକ୍ଷକମାନଙ୍କୁ ନେଇ ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ କରିଥିଲେ ।