Sun. Mar 8th, 2026

ପରୀକ୍ଷା ହଲ ବାହାରେ ବଡ଼ ଦୁନିଆ ଅଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

334 Views

ନୂଆଦିଲ୍ଲୀ 29 Jan.2019: ଛାତ୍ରଛାତ୍ରୀମାନଙ୍କ ଆଗାମୀ ପରୀକ୍ଷା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମଠାରେ ୨ହଜାରୁ ଉର୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ବେଳେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସର୍ବଦା ପିତାମାତାଙ୍କ ପରାମର୍ଶ ଓ ଉପଦେଶକୁ ନିଷ୍ଠାର ସହିତ ମାନିବା ଉଚିତ।  ପରୀକ୍ଷାରେ ଭୁଲ ହୋଇଗଲେ ଭବିଷ୍ୟତ ବଦଳି ଯିବନାହିଁ। ପରୀକ୍ଷା ହଲ ବାହାରେ ଆହୁରି ଏକ ବଡ଼ ଦୁନିଆ ଅଛି। ନିଜ ନିଷ୍ଠା ଓ ଆତ୍ମବିଶ୍ୱାସ ଉପରେ ଛାତ୍ରଛାତ୍ରୀ ଭରସା କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପରାମର୍ଶ ଦେବା ସହିତ ପରୀକ୍ଷା ନେଇ ଅତ୍ୟଧିକ ଚାପ ନ ନେବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ଅଭିଭାବକମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପିଲାଙ୍କ ରିପୋର୍ଟ କାର୍ଡ଼ ପିତାମାତାଙ୍କ ପାଇଁ ଭିଜିଟିଂ କାର୍ଡ ନ ହେଉ। ସେମାନେ ସେମାନଙ୍କ ଇଚ୍ଛାକୁ  ପିଲାମାନଙ୍କ ଦ୍ୱାରା ପୂରଣ କରିବାକୁ ଚେଷ୍ଟା ନ କରନ୍ତୁ। ପିଲାକୁ ତାର ଭବିଷ୍ୟତର ନିର୍ଣ୍ଣୟ ନେବାକୁ ପିତାମାତାମାନେ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦେବା ଉଚିତ ବୋଲିି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।

ଆଗାମୀ ପିଢ଼ିକୁ ଟେକ୍‌ନୋଲୋଜି ଠାରୁ ଦୂରରେ ରଖି ହେବ ନାହିଁ। ତେଣୁ ପିତାମାତାମାନେ ଟେକ୍ନୋଲୋଜି ଦ୍ୱାରା ପିଲାମାନେଙ୍କ ପ୍ରତିଭାର ବିକାଶ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

By amfnews

Related Post