Fri. Mar 6th, 2026

ଝରାଫୁଲ ମୃତ୍ୟୁ ମାମଲା: ହୋଟେଲ ରୁମ୍ ରେ ପ୍ରମାଣ ଖୋଜୁଛି ପୋଲିସ୍‌, ସିଲ୍ ହେଲା ରୁମ୍ ନଂ ୨୦୧

248 Views

ଭୁବନେଶ୍ୱର, ଜାନୁଆରୀ ୩୧ : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ଉଠିପାରୁନି । ଏପଟେ ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସୁଛି ଯାହାକୁ ନେଇ ଏହି ମାମଲା ବର୍ତମାନ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ରଖିଛି ।

ତେବେ ଝରାଫୁଲଙ୍କ ମୃତ୍ୟୁ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଯାଯପୁର ପୋଲିସ୍ ଏହି ଦିଗରେ ତଦନ୍ତ ଜାରି ରଖିଥିବା କହିଛି । ତଦନ୍ତ ହେଉଛି କିନ୍ତୁ ଦିର୍ଘ ସପ୍ତାହେ ପରେ ବି ପ୍ରମାଣ ଯୋଗାଡ କରିପାରୁ ନାହିଁ ପୋଲିସ୍ ।

ବିବାଦୀୟ ଓୟୋ ରୁମ୍ ବା ଭୁବନେଶ୍ୱର ଧର୍ମ ବିହାରର ଶିବସାଇ ଗେଷ୍ଟ ହାଉସ୍ ର ରୁମ୍ ନଂ ୨୦୧ରେ କଣ ହୋଇଥିଲା ତାକୁ ନେଇ ଏବେ ଗେଷ୍ଟହାଉସ୍ ରେ ଖୋଳତାଡ କରୁଛି ଯାଯପୁର ପୋଲିସ୍ । ଏହାକୁ ନେଇ ଗତ କାଲି (ଶନିବାର) ଶିବସାଇ ଗେଷ୍ଟ ହାଉସ୍ ର ରୁମ୍ ନଂ ୨୦୧କୁ ସିଲ୍ ମଧ୍ୟ କରାଯାଇଛି ।

ତେବେ ରୁମ୍ ସିଲ୍ କଲାପରେ ପୋଲିସ୍ ହାତରେ କଣ ପ୍ରମାଣ ଲାଗୁଛି, ସେହି ପ୍ରାମଣରୁ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ କି ନାହିଁ ଏବେ ତାହା ମଧ୍ୟ ପ୍ରଶ୍ନ ଘେରରେ।

ଏହି ମାମଲାରେ ଆଖିକୁ ଦେଖାଯାଉଥିବା ଅନେକ ପ୍ରମାଣ ପାଖରେ ଏପର୍ଯ୍ୟନ୍ତ ପୋଲିସ୍ ପହଞ୍ଚି ପାରିନାହିଁ । ସ୍କୁଟି ଚାଳକ ଯିଏକି ଝରାଫୁଲଙ୍କ ମୃତ ଦେହ ନେଇ ଯାଉଥିଲେ ତାଙ୍କୁ ଏପର୍ଯ୍ୟନ୍ତ ପୋଲିସ୍ ଗିରଫ କରିପାରି ନାହିଁ ଅନ୍ୟପଟେ ଝରାଫୁଲଙ୍କୁ ନିଆଯାଇଥିବା ଗାଡିକୁ ମଧ୍ୟ ଜବତ୍ କରି ପାରି ନାହିଁ ପୋଳିସ୍ ଏଭଳି ସ୍ଥିତିରେ ଝରାଫୁଲ ମୃତ୍ୟୁ ମାମଲା ଆଗକୁ କେଉଁ ମୋଡ ନେବ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

By amfnews

Related Post