Mon. Jun 9th, 2025

କାଲି ବର୍ଷିଥିଲା, ଆଜି ବି ବର୍ଷିବ

By amfnews Jan 3, 2020 #Featured
145 Views

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍ ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସୋନପୁରରେ ସର୍ବାଧିକ ବର୍ଷା ହୋଇଥିଲା। ଏଠାରେ ୩୧.୨ ମିଲିମିଟିର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୧୮.୯ ଓ ବଲାଙ୍ଗିର ୧୫.୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଧାକର ମଲ୍ଲିକ କହିଛନ୍ତି।

ସେ କହିଛନ୍ତି, “ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭଦ୍ରକ, ବାଲେଶ୍ୱର, ଅନୁଗୋଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି,ରାୟଗଡ଼ା ଓ କଳାହାଣ୍ଡି।”

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ମେଘୁଆ ପାଗ ରହିବ। ଟ୍ରପ୍ ଲାଇନ୍ ହଟିବା ସଙ୍ଗେ ସଙ୍ଗେ ଆକାଶ ମେଘମୁକ୍ତ ହେବ ଓ ପୁଣି ଶୀତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

 

By amfnews

Related Post