Mon. Nov 25th, 2024

କଟକ ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି

By Prasanta Patnaik Sep 30, 2020 #Featured
190 Views

କଟକ, ସେପ୍ଟେମ୍ବର ୩୦ : କଟକ ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି । ଏହା ପୂର୍ବରୁ ଶାରଦୀୟ ପୂଜାକୁ ନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସମସ୍ତ ପୂଜା କମିଟି ଦୁର୍ଗାପୂଜାରେ ୪ ଫୁଟର ମୂର୍ତ୍ତି ନିର୍ମାଣ କରିବେ ବୋଲି ଗତ ୧୭ ତାରିଖରେ କମିଶନରେଟ ପୋଲିସ ନିିର୍ଦ୍ଦେଶନାମା ଜାରି କରିଥିଲା । ଏହାକୁ ଚାଲେଞ୍ଜ କରି ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦାୟର ହୋଇଥିଲା ରିଟ୍‌ ପିଟିସନ ।

ହାଇକୋର୍ଟର ମୁଖ୍ୟ ବିଚାରପତି ମାମଲାର ଶୁଣାଣି କରି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂଜାକୁ ନେଇ ପୂର୍ବରୁ ଥିବା ମାମଲା ଗୁଡିକରେ ହାଇକୋର୍ଟ ଅନ୍ତ ଘଟାଇଥିବାବେଳେ ବାଲୁବଜାର ପୂଜା କମିଟି ପକ୍ଷରୁ ପୁଣି ତିନୋଟି ମାମଲା ରୁଜୁ କରାଯାଇଛି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post