Sat. Apr 27th, 2024

ଲୋକାର୍ପିତ ହେଲା କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ୍ ସେଣ୍ଟର

rout.subhashree22@gmail.com' By Subhashree Rout Apr 2, 2018 #Featured
240 Views

ଗତକାଲି ଉକ୍ରଳ ଦିବସ ଅବସରରେ ଉଦ୍ଘାଟନ ହୋଇଯାଇଛି କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ୍ ସେଣ୍ଟର । ଏହି ସେଣ୍ଟର୍କୁ ଲୋକାର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବସ୍, କାର୍, ଅଟୋ ତଥା ଦୁଇ ଚକିଆ ଯାନମାନଙ୍କ ପାର୍କିଂ ସ୍ଥାନ, ଯାତ୍ରୀମାନଙ୍କ ବିଶ୍ରାମ ସ୍ଥାନ, ମନୋରଞ୍ଜନ ପାଇଁ ଏକ ବଗିଚା ସହ ଜଳାଶୟକୁ ମଧ୍ୟ ଲୋକାର୍ପିତ କରିଛନ୍ତି ।

ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି କୋଣାର୍କ ଏକ ଭଗ୍ନସ୍ତୁପ ନୁହେଁ ଏହା ବିଶ୍ୱ ଜନଜୀବନର ଜୀବନ୍ତ ଇତିହାସର କଥା । ଏହାସହ ସେ କହିଛନ୍ତି କୋଣାର୍କକୁ ନେଇ ପ୍ରତିଟି ଓଡିଆ ଗର୍ବ କରି ବିଶ୍ୱ ଦରବାରରେ କୋଣାର୍କର ମହନୀୟତାକୁ ପ୍ରକାଶ କରିବା ଦିଗରେ ପ୍ରୟାସ କରିବା ଉଚିତ୍ ।

ଏହି ବ୍ୟାଖ୍ୟାନ କେନ୍ଦ୍ରର ପାଞ୍ଚଟି ଗ୍ୟାଲେରୀ କୋଣାର୍କ ମନ୍ଦିର ନିର୍ମାଣ କରିଥିବା ଓଡିଆ ଶିଳ୍ପୀଙ୍କ ଦାୟଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ଥାପତିରେ ମହିମା ମଣ୍ଡିତ ହୋଇଛି । ଏହାସହ ବ୍ୟାଖ୍ୟାନ କେନ୍ଦ୍ରରେ ଶିଶିର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ବାରରୁ ପନ୍ଦର ମିନିଟ୍ର ଏକ ପ୍ରାମାଣିକ ଚିତ୍ର ମଧ୍ୟ ରହିଛି । ଏହାଦ୍ୱାରା କୋଣାର୍କର ପ୍ରସ୍ତୁତି ଓ ଏହାର ବୈଜ୍ଞାନିକ ପୃଷ୍ଠଭୂମି ବୁଝିବା ଖୁବ୍ ସହଜ ହେବ । ଉଦ୍ଘାଟନୀ ଉତ୍ସବରେ ଅଦ୍ୱୈତ ଗଡନାୟକ, ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Post