109 Views
ନୂଆଦିଲ୍ଲୀ, ନଭେମ୍ବର ୮: ଗୁରୁବାର ଦିନ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଓ୍ଵାନୀଙ୍କ ୯୧ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଟୁଇଟର୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ବର୍ଷିୟାନ୍ ନେତାଙ୍କୁ ନିସ୍ୱାର୍ଥ ଏବଂ ପରିଶ୍ରମୀ କହି ପ୍ରଶଂସା କରି କହିଛନ୍ତି କି, ଦେଶର ରାଜନୀତିରେ ତାଙ୍କ ପ୍ରଭାବ ଅମାପ। ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।