Sat. Mar 7th, 2026

୭୭ ବର୍ଷ ଧରି ବିନା ଖାଦ୍ୟ ଓ ପାଣିରେ ସୁସ୍ଥ ଜୀବନ ବିତାଉଛନ୍ତି ଏହି ସାଧୁ

388 Views

ବଞ୍ଚିବା ପାଇଁ ଆମକୁ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ଖାଦ୍ୟ ଏବଂ ପାଣି ବିନା ଆମେ ବଞ୍ଚିପାରିବା ନାହିଁ। କିନ୍ତୁ ଏମିତି ଜଣେ ସାଧୁ ଅଛନ୍ତି ଯିଏକି ୭୭ ବର୍ଷ ହେଲା ଖାଦ୍ୟ ଗ୍ରହଣ କରିନାହାନ୍ତି କି ଜଳ ପାନ ମଧ୍ୟ କରିନାହାନ୍ତି।

ଏହି ଅଦ୍ଭୁତ କାର୍ଯ୍ୟ କରିଥିବା ସାଧୁ ଜଣକ ହେଲେ ପ୍ରହଲାଦ ଜାନିି। ତାଙ୍କୁ ୮୫ ବର୍ଷ ହେବ ଏବଂ ସେ ଗୁଜୁରାଟର ଅମ୍ବାଜି ମନ୍ଦିର ନିକଟରେ ଥିବା ଏକ ଗୁମ୍ଫାରେ ରୁହନ୍ତି। ସେ ସାତ ବର୍ଷ ବୟସରୁ ଖାଦ୍ୟ ଗ୍ରହଣ କରିନାହାନ୍ତି। ପାଣି ମଧ୍ୟ ପିଇନାହାନ୍ତି। ଆସନ୍ତୁ ଜାଣିବା କେମିତି ସେ ବଞ୍ଚିଛନ୍ତି?

ସେ କୁହନ୍ତି କି ଆଧ୍ୟାତ୍ମିକ ରହସ୍ୟ ବିଷୟରେ ଜାଣିବା ପାଇଁ ସାତ ବର୍ଷ ବୟସରେ ଘର ଛାଡିଥିଲେ। ଏହା ପରେ ସାଧନା ଲାଗି ଜଙ୍ଗଲକୁ ପଳାଇ ଥିଲେ। ଏହାପରେ ସେ ତିନି ଜଣ ଦେବୀଙ୍କ ଠାରୁ ଆର୍ଶୀବାଦ ପାଇଥିଲେ । ସେ ଜଙ୍ଗଲ ମଧ୍ୟରେ ୧୦୦ ରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଚାଲିଲେ ମଧ୍ୟ ଥକି ଯାଆନ୍ତି ନାହିଁ ଏବଂ କ୍ଲାନ୍ତ ମଧ୍ୟ ଅନୁଭବ କରନ୍ତି ନାହିଁ। ସେ ଏକାଦିକ୍ରମେ ୩ ଘଣ୍ଟା, ୮ଘଣ୍ଟା, ୧୨ ଘଣ୍ଟା ଏବଂ ଏକ ମାସ ସମୟ ଧ୍ୟାନରେ ବସନ୍ତି।

ଡାକ୍ତରୀ ବିଜ୍ଞାନ ଅନୁସାରେ ଜଣେ ମଣିଷ ପାଣି ବିନା ଏକ ସପ୍ତାହରୁ ଅଧିକ ଦିନ ବଞ୍ଚିପାରିବ ଏବଂ ଖାଦ୍ୟ ବିନା ଏକ ମାସରୁ ଅଧିକ ବଞ୍ଚିପାରିବ। ତେଣୁ ଯେଉଁମାନେ ଅଧିକ ଦିନ ଭୋକରେ ରହିଥାନ୍ତିି ସେମାନେଙ୍କର ଦେହ ଖରାପ ହୋଇଥାଏ ଏବଂ ମୃତ୍ୟୁ ମଧ୍ୟ ହୋଇଥାଏ।

ସାଧୁଜଣଙ୍କ କହିଛନ୍ତି ଯେ ସେ ତାଙ୍କର ଏହି ଜୀବନଧାରଣ କ୍ଷମତା ସେ ଅମୃତ ଠାରୁ ପାଇଛନ୍ତି, ଯାହା ତାଙ୍କର ମସ୍ତିଷ୍କରେ ଥିବା ଏକ ଛିଦ୍ର ଦ୍ୱାରା ଶରୀରରେ ପ୍ରବେଶ କରିଥାଏ।
ତାଙ୍କର ଏହି ମତର ସତ୍ୟତା ଜାଣିବା ଲାଗି ଅହମ୍ମଦାବାଦର ଏକ ଡାକ୍ତରଖାନାରେ ୩୦ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଗଲା। ସେମାନେ ତାଙ୍କୁ ୧୦ ଦିନ ଧରି ୨୪ ଘଣ୍ଟା କ୍ୟାମେରା ନୀରିକ୍ଷଣରେ ରଖିଲେ। ସେ ୧୫ ଦିନ ଯାଏଁ କିଛି ଖାଦ୍ୟ କି ପାନୀୟ ଗ୍ରହଣ କଲେ ନାହିଁ। ସେ ମଧ୍ୟ ପରିଶ୍ରା କରିବାକୁ ଗଲେ ନାହିଁ। ଡାକ୍ତରମାନେି ଆଶ୍ଚର୍ଯ୍ୟ ହୋଇଗଲେ। ନ୍ୟୁରୋଲୋଜିଷ୍ଟ ସୁଧିର ସାହାଙ୍କ ମତ ଅନୁସାରେ ସାଧୁ ପ୍ରହଲାଦ ଜାନିଙ୍କ ଶରୀରରେ ହେଉଥିବା ଏପରି ପରିବର୍ତ୍ତନ କେବଳ ସାଧନା ଏବଂ ଯୋଗ ପାଇଁ ସମ୍ଭବ ହୋଇଛି।

By amfnews

Related Post