Fri. Mar 6th, 2026

୫୫ ବର୍ଷ ବୟସରେ ଅଭିନେତା ଆଶିଷ ରାୟଙ୍କ ପରଲୋକ

460 Views

ମୁମ୍ବାଇ,ନଭେମ୍ବର 24 : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟଙ୍କ ୫୫ ବର୍ଷ ବୟସରେ ପରଲୋକ ହୋଇଛି। କିଡନୀ ଫେଲ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ ତାଙ୍କର ଆର୍ଥିକ ସଙ୍କଟ ଯୋଗୁଁ ନିଜ ଚିକିତ୍ସା ଭଲ ଭାବେ କରିପାରିନଥିଲେ । ସେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ଆଶିଷ ରାୟଙ୍କ ମୃତ୍ୟୁକୁ ନେଇ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସେ ଶଶୁରାଲ ସିମର କା, ‘ବନେଗୀ ଅପନି ବାତ, ବ୍ୟୋମକେଶ ବକ୍ସିଦ’, ‘ୟେସ ବସ, ‘ବା ବହୁ ଔର ବେବି’, କୁଛ ରଙ୍ଗ ପ୍ୟାର କେ ଐସେ ଭି ଭଳି ଟିଭି ଶୋରେ ଅଭିନୟ କରିଥିଲେ । 

By amfnews

Related Post