Mon. Nov 25th, 2024

୫୩୯୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

By amfnews Jan 6, 2019 #Featured
185 Views

ବାରିପଦା, ଜାନୁଆରୀ ୬  : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦା ଗସ୍ତ ଅବସରରେ ଆସି ପ୍ରାୟ ୫୩୯୯ କୋଟିରୁ ଊର୍ଧ୍ବ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ୨୦୧୯ ଓଡ଼ିଶାକୁ ବିକାଶର ଶୀର୍ଷକୁ ନେଉ ବୋଲି କହିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଲୋକସଭା ସା˚ସଦ ରାମଚନ୍ଦ୍ର ହାଁସଦା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟାଟାନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ୨ୟ ଯାତ୍ରୀବାହୀ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ହରିପୁରଗଡ଼ସ୍ଥିତ ପ୍ରାଚୀନ ଦୁର୍ଗ ଏବ˚ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହିତ ୮୨୮.୩୬ କୋଟି ଟଙ୍କା ବ୍ୟୟରେ ୪ଲେନ୍‌ ବିଶିଷ୍ଟ ୪୩.୨ କିମି ଦୀର୍ଘ ରିମୁଳି-କୋଇଡ଼ା ଏନ୍‌ଏଚ୍‌ ୨୧୫ର ସେକ୍ସନ୍‌, ୧,୩୧୩ କୋଟି ବ୍ୟୟରେ ୪ଲେନ୍‌ ବିଶିଷ୍ଟ ସିଙ୍ଗଡ଼ା-ବି˚ଝବାହାଲ ସେକ୍ସନ୍‌ ଏନ୍‌ଏଚ୍‌-୬, ପ୍ରାୟ ୧୧୭୬ କୋଟି ବ୍ୟୟରେ ୪ଲେନ୍‌ ବିଶିଷ୍ଟ ୫୩-୨ କିମି ଦୀର୍ଘ କୋଇଡ଼ା-ରଜାମୁଣ୍ତା ଏନ୍‌ଏଚ୍‌ ୨୧୫ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଶ୍ରୀ ମୋଦୀ।

ସେହିପରି ୧୦୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାରଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନ୍‌ ଅନ୍ତର୍ଗତ ଆଇଓସିଏଲ୍‌ର ବାଲେଶ୍ବର-ଦୁର୍ଗାପୁର ସେକ୍ସନ୍‌ର ଲୋକାର୍ପଣ, ଚିଲିକିଦର-ଶଗଡ଼ପଟ୍ଟା ଏବ˚ ନରଣପୁର-ବସନ୍ତପୁର ରେଳ ଲାଇନର ଦୋହରୀକରଣ, ବାଲେଶ୍ବରସ୍ଥିତ ମଲ୍ଟି ମୋଡ଼ାଲ ଲଜିଷ୍ଟିକ୍‌ ପାର୍କକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି ପ୍ରଧାମନ୍ତ୍ରୀ ଶ୍ରୀ ମୋଦୀ। ଏହାସହିତ ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଏବ˚ ଢେଙ୍କାନାଳରେ ଥିବା ପ୍ରଧାନଡ଼ାକଘର ଗୁଡ଼ିକରେ ପାସ୍‌ପୋର୍ଟ ସେବା କେନ୍ଦ୍ରର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ କରକମଳରେ

ହୋଇଛି।

ପ୍ରଧାନମନ୍ତ୍ରୀ ତଥା ରାଜ୍ୟପାଳଙ୍କ ଉପସ୍ଥିତିରେ ହୋଇଥିବା ଆଜିର ସରକାରୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଆସିନଥିଲେ। ମାତ୍ର ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କିନ୍ତୁ ଏହି ସଭାରେ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ପରେ କୌଣସି ଏକ ହାଇପ୍ରୋଫାଇଲ୍‌ ସରକାରୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସା˚ସଦ ରାମଚନ୍ଦ୍ର ହାଁସଦାଙ୍କୁ ଦେଖିବାକୁ ମିଳିଥିଲା। ବିଜେଡ଼ିରୁ ନିଲମ୍ବିତ ହୋଇଥିବା ରାମଚନ୍ଦ୍ର ଜେଲ୍‌ରୁ ଫେରିବା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସହିତ ମଞ୍ଚରେ ଏକାଠି ବସିଥିବା ଦେଖିବାକୁ ମିଳିଥିଲା। ଏହା ଆଜି ଚର୍ଚ୍ଚାର ବିଷୟ ପାଲଟିଥିଲା।

By amfnews

Related Post