Tue. Mar 10th, 2026

୩ ବର୍ଷୀୟ ଝିଅ ପାଟିରେ ସୂତୁଲି ଗଡ଼ମା ରଖି ଫୁଟାଇଲେ ଯୁବକ; ଝିଅ ଅବସ୍ଥା ସାଙ୍ଘାତିକ

205 Views

ମିରଟ, ନଭେମ୍ବର ୮: ଦୀପାବଳି ପୂର୍ବ ସନ୍ଧ୍ୟାରେ ଜଣେ ଦୁଷ୍ଟ ଯୁବକ ଜଣେ ତିନି ବର୍ଷ ବାଳିକା ପାଟିରେ ବାଣ ପୂରାଇ ଦେବାରୁ ସେ ସାଙ୍ଘାତିକ ଆହତ ହୋଇଛି ବୋଲି ବୁଧବାର ଦିନ ପୁଲିସ କହିଛି। ତୁରନ୍ତ ଝିଅଟିକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଓ ତା’ର ଅବସ୍ଥା ସଂକଟଜନକ ବୋଲି ଡାକ୍ତରମାନେ କହିଛନ୍ତି।

ମଙ୍ଗଳବାର ଦିନ ଘଟନାଟି ଦୌରାଲା ରୋଡ୍‌ ଅନ୍ତର୍ଗତ ମିଲକ ଗାଁ’ରେ ଘଟିଛି। ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏଫ୍‌ଆଇଆର୍‌ ଲଜ୍‌ କରି ତାକୁ ଖୋଜୁଛି।ଝିଅର ବାପା ଶଶି କୁମାର ଅଭିଯୋଗରେ ସ୍ଥାନୀୟ ଯୁବକ ହର୍‌ପାଲ୍‌ଙ୍କ ନାଁ ଲେଖିଛନ୍ତି। ସେ ଘର ବାହରେ ଖେଳୁଥିବା ଝିଅ ପାଖକୁ ଯାଇ ତା’ପାଟିରେ ସୂତୁଲି ଗଡ଼ମା ପୂରାଇ ନାସିରେ ନିଅାଁ ଧରାଇ ଦେଇଥିଲା।ଝିଅ ପାଟିରେ ଗଡ଼ମା ଫୁଟିବାରୁ ସେ ଗୁରୁତର ଆହତ ହୋଇଥିଲା। ତା’ ଦେହରେ ୫୦ଟି ଷ୍ଟିଚ୍‌ ହୋଇଛି ଏବଂ ଗଳା ସଂକ୍ରମଣ ହେବାରୁ ତା’ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ହୋଇଯାଇଛି।

By amfnews

Related Post