Sat. Mar 7th, 2026
285 Views

ପଟ୍ଟାମୁଣ୍ଡାଇ : ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି ସାଧାରଣତଃ କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ଅଧିକ କୁମ୍ଭୀର ଉପରକୁ ଦୃଶ୍ୟମାନ ହୋଇଥାନ୍ତି। ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକମାନଙ୍କ ପାଇଁ ନିଷେଧ ଜାରି ରଖିଥାଏ।

କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଜାରି ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

By amfnews

Related Post