Sat. Mar 7th, 2026

୨୬/୧୧ ଆକ୍ରମଣ ବେଳେ ବିଳାସ ରାଓ ଦେଶମୁଖ ପୁଅ ପାଇଁ ସିନେମା ତିଆରି କାମରେ ବ୍ୟସ୍ତ ଥିଲେ :କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ

209 Views

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଉପା ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ ଡ଼ ମନମୋହନ ସିଂହଙ୍କ ସରକାରକୁ ‘ଭୀରୁ ସରକାର’ ବୋଲି ଆଖ୍ୟା ଦେଇଛନ୍ତି। ପୀୟୁଷ ଗୋଏଲ କହିଛନ୍ତି ସେ ସେ ମୁମ୍ବାଇର ଅଧିବାସୀ।

୨୬/୧୧ ଆକ୍ରମଣ ସମୟର କଥାକୁ ସ୍ମରଣ କରି ପୀୟୁଷ କହିଛନ୍ତି ଯେ ଏହି ଆକ୍ରମଣ ସମୟର ଦୁର୍ବଳ କଂଗ୍ରେସ ସରକାର କିଛି କରିପାରୁନଥିଲା। ସେ ସମୟର ମୁଖ୍ୟମନ୍ତ୍ରୀ (ବିଳାସ ରାଓ ଦେଶମୁଖ) ସେତେବେଳେ ଜଣେ ଫିଲ୍ମ ନିର୍ମାତାଙ୍କୁ ଓବରେଓ ହୋଟେଲ ବାହାରକୁ ଆଣି ସିନେମା ନିର୍ମାଣର ଯୋଜନା କରିଥିଲେ,ଯେତେବେଳେ ହୋଟେଲ ଭିତରେ ବୋମା ବିସ୍ଫୋରଣ ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କର ଦେଶ କି ରାଜ୍ୟ କଥା ଚିନ୍ତା ନଥିଲା। ସେ କେବଳ ନିଜ ପୁଅକୁ କେମିତି ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିବ, ସେ କଥା ଭାବୁଥିଲେ। ରିତେଶ ଦେଶମୁଖ ହେଉଛନ୍ତି ବିଳାସରାଓ ଦେଶମୁଖଙ୍କ ପୁଅ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଏକଥା ବ୍ୟବସାୟୀମାନଙ୍କର ଏକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ସରକାର ସର୍ଜିକାଲ ଷ୍ଟ୍ରାଇକ୍‌ କରି ନିଜର ପାରଦର୍ଶିତାର ପ୍ରଦର୍ଶନ କରିଛନ୍ତି।

By amfnews

Related Post